ବାତ୍ୟା ପାଇଁ ଦରବୃଦ୍ଧି: ଆଳୁ ୨୦ ଟପିଲା

ବାଲିଅନ୍ତା,୨୨ା୫(ଡି.ଏନ.ଏ): ରାଜ୍ୟରେ ଲକଡାଉନ, ଶଟ୍‌ଡାଉନ ଚାଲିଥିବାବେଳେ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ଗରିବ ଓ ମଧ୍ୟବିତଙ୍କ ପାଇଁ ଦାଉ ସାଧିଛି। ଖାଇବାତେଲ ଓ ଡାଲି ଦର ବୃଦ୍ଧି ଯୋଗୁ ଗରିବ ଲୋକେ ହନ୍ତସନ୍ତ ହେଉଥିବା ବେଳେ ହଠାତ୍‌ ବାତ୍ୟା ପାଇଁ ଆଳୁଦର ବୃଦ୍ଧି ଚିନ୍ତା ବଢ଼ାଇଛି। ବାଲିଅନ୍ତା ବଜାରରେ ଆଳୁର ପାଇକାରୀ ଦର ୫୦ କିଲୋ ପ୍ୟାକେଟ ପାଇଁ ୫୬୦ରୁ ୬୦୦ଟଙ୍କା ବିକ୍ରି ହେଉଛି। କିନ୍ତୁ କିଛି ଖୁଚୁରା ବ୍ୟବସାୟୀ ବାତ୍ୟା ପାଇଁ ଆଳୁର ଚାହିଦା ବୃଦ୍ଧିର ଫାଇଦା ଉଠାଇ ମନଇଚ୍ଛା ମୂଲ୍ୟ ଧାଯର୍‌ୟ କରୁଛନ୍ତି। ଶୁକ୍ରବାର ବାଲିଅନ୍ତା ହାଟରେ ହଠାତ୍‌ ଆଳୁଦର ବୃଦ୍ଧି ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖୁଚୁରା ବ୍ୟବସାୟୀ ୧୫ ଟଙ୍କା ବିକ୍ରି କରୁଥିବା ବେଳେ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରି ଅନ୍ୟ କେତେଜଣ ବ୍ୟବସାୟୀ ୨୦ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରୁଥିତ୍ବା ଦେଖିବାକୁ ମିଳିଥିଲା।

Share