Categories: ଖେଳ

ରାଇଜିଂ ଷ୍ଟାର ଜିତିଲା ଫାଓ ସୁପରକପ୍‌

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜିତ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ରାଇଜିଂ ଷ୍ଟାର୍‌ ଚାମ୍ପିୟନ ହୋଇଛି। କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ ପେନାଲ୍ଟି ଶୁଟ୍‌ଆଉଟ ୨-୦ ଗୋଲରେ ବିଡ଼ାନାସୀ କ୍ଲବକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳ ଗୋଲଶୂନ୍ୟ ଡ୍ର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଶିବଶଙ୍କର ପଣ୍ଡା ଫାଇନାଲର ମୁଖ୍ୟ ରେଫରି ଥିବାବେଳେ ଆଶୀର୍ବାଦ କାନୁନ୍‌ଗୋ ଓ ଅରୁଣ କୁମାର ନାୟକ ତାଙ୍କୁ ଲାଇନ୍‌ରେ ସହାୟତା କରିଥିଲେ। ଶେଖାଓ୍ବତ୍‌ ଖାଁ ୪ର୍ଥ ଅଫିସିଆଲ ଏବଂ ଦୁର୍ଗା ବାଥବ ନାଏକ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ। ଫାଇନାଲ ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ହୃଦୟ ରଞ୍ଜନ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଶହିଦ ଜବାର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share