ବଢ଼ିବ ତାପମାତ୍ରା:ଗୁଳୁଗୁଳି ଯୋଗୁ ଳୋକେ ଅତିଷ୍ଠ

ଭୁବନେଶ୍ୱର,୨।୧୦(ଅନୁରାଧା ମହାରଣା):ରାଜ୍ୟରେ ଗତ ୨ଦିନ ଧରି କଁାଭାଁ ସ୍ଥାନରେ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତାତି ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଛି। ବାଲେଶ୍ୱରରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ପ୍ରାୟ ୬ଟି ସ୍ଥାନରେ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଥିଲା। ରାଜ୍ୟର ୯ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ବୁଧବାର ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ତେବେ ଆସନ୍ତା ୪ଦିନ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନ ଥିବାବେଳେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ବାୟୁମଣ୍ଡଳରେ ଯଥେଷ୍ଟ ଆର୍ଦ୍ରତା ଥିବାରୁ ବର୍ତ୍ତମାନ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ନ ଥିବା ସେ କହିଛନ୍ତି। ୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଆଦି ଜିଲାର କେତେକ ସ୍ଥାନକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ପ୍ରାୟ ଶୁଖିଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨।୧୦: ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ...

ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ର: ସମସ୍ତଙ୍କୁ ଏକଜୁଟ ହେବାକୁ…

ଭୁବନେଶ୍ୱର,୨।୧୦: ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ କରିବ ବିଜେଡି। ବୁଧବାର ଦଳ ପକ୍ଷରୁ...

ଶଙ୍ଖ ଭବନରେ ପୁଣି କାହିଁକି ହେଲା କଥା କଟାକଟି, କାହିଁକି ବିରୋଧର ଶିକାର ହେଲେ …

ଭୁବନେଶ୍ୱର,୨।୧୦: ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନ ସରଗରମ। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା...

ବଦଳିଲା ୟୁନିଫର୍ମ ରଙ୍ଗ, ଏଣିକି ଛାତ୍ରୀଛାତ୍ର ପିନ୍ଧିବେ…

ଭୁବନେଶ୍ୱର, ୨।୧୦: ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ବଦଳିଛି। ସବୁଜ ରଙ୍ଗ ବଦଳରେ ଏଣିକି ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ...

ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍‌ ସେବା ସ୍ବଭାବିକ

ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ...

ଆଜି ଆସିବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ବ୍ରହ୍ମପୁର,୨।୧୦(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୨୪ ନିର୍ବାଚନରେ ୧୧ ଆସନରେ ଭାଜପା ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଫଳରେ ଦଳ...

ସିଆର୍‌ପିଙ୍କୁ ଅଟକ ରଖିଥିଲେ, ଅଚେତ ହେଲେ ବି ଶୁଣି ନ ଥିଲେ: ଆଉ ଏବେ…

ଧାମନଗର,୨।୧୦(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ଏମ୍‌ବିକେଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri