Posted inଜାତୀୟ

ଗ୍ରାମାଞ୍ଚଳରେ ବେକାରି ହାର ବୃଦ୍ଧି

ନୂଆଦିଲ୍ଲୀ,୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୯ ମାସ ପରେ ଦେଶରେ ବହୁପ୍ରତୀକ୍ଷିତ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ନେତା ଓ କେନ୍ଦ୍ରମନ୍ତ୍ରୀମାନେ ବୁଲି ବୁଲି ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତା ବଖାଣୁଛନ୍ତି। ୟଙ୍ଗ୍‌ ଇଣ୍ଡିଆ (ଯୁବ ଭାରତ) ବର୍ତ୍ତମାନ ବିଶ୍ୱର ଦ୍ରୁତତମ ଅର୍ଥନୀତି ଏବଂ ଖୁବ୍‌ଶୀଘ୍ର ଏହା ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଯାଇ ଭାଷଣ ଦେଉଛନ୍ତି। କିନ୍ତୁ ଦେଶର ଏହି ତଥାକଥିତ ଅଭିବୃଦ୍ଧି ବେକାରି ସମସ୍ୟାର ସମାଧାନ ବାଟ ଫିଟାଇପାରି ନାହିଁ। ନୀତି ପ୍ରଣୟନକାରୀଙ୍କ ଦୂରଦୃଷ୍ଟିହୀନତା ଯୋଗୁ ସହରାଞ୍ଚଳର ପାଠୁଆ ଆଶାୟୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ବ୍ଲକ୍‌ ଅଫିସଠୁ ନେଇ ସେନା ପର୍ଯ୍ୟନ୍ତ ଅନେକ ଲକ୍ଷ ପଦବୀ ଖାଲି ପଡ଼ିଛି। ସେଗୁଡ଼ିକୁ ପୂରଣ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଗ୍ରାମାଞ୍ଚଳର ଶ୍ରମିକମାନେ ମଧ୍ୟ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଏ) ଅଧୀନରେ ଗ୍ୟାରେଣ୍ଟି ମୁତାବକ ୧୦୦ ଦିନ କାମ ପାଉନାହାନ୍ତି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଅମଳରେ କରାଯାଇଥିବା ଏହି ଯୋଜନା ପାଇଁ ମୋଦି ସରକାର ବଜେଟରେ ଅର୍ଥ ଆବଣ୍ଟନ ଲଗାତର ଭାବେ ହ୍ରାସ କରିଚାଲିଥିବାରୁ ଏପରି ଅବସ୍ଥା ହୋଇଥିବା କୁହାଯାଉଛି। ଦେଶରେ ଅନେକ କୋଟି ଯୁବ ଆଶାୟୀ ନିଯୁକ୍ତି ନ ପାଇ ହତାଶ ହେବା ପରେ ଚାକିରି ଖୋଜିବା ଛାଡ଼ିଦେଲେଣି। ବିଭିନ୍ନ ରାଜ୍ୟର ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନେ ବିଦେଶକୁ ଯାଇ ମୂଲ ଲାଗୁଛନ୍ତି। ଦଲାଲ ଓ ଶ୍ରମିକ ଚାଲାଣ ରାକେଟ୍‌ ହାବୁଡ଼ରେ ପଡ଼ି ଖର୍ଚ୍ଚାନ୍ତ ଓ ହଇରାଣ ମଧ୍ୟ ହେଉଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଚଳିତବର୍ଷ ଦେଶର ବେରୋଜଗାରି ହାର ତୃତୀୟ ଥର ପାଇଁ ୮%ରୁ ଉପରକୁ ଉଠିଛି। ମେ’ରେ ବେରୋଜଗାରି ୭.୬୮% ଥିବାବେଳେ ଜୁନ୍‌ରେ ଏହା ୮.୪୫%କୁ ଛୁଇଁଛି। ଏହି ଅବଧି ମଧ୍ୟରେ ସହରାଞ୍ଚଳରେ ବେକାରି ହାର ୭.୮୭% ଥିବାବେଳେ ଗ୍ରାମାଞ୍ଚଳରେ ୨ ବର୍ଷର ରେକର୍ଡ ଭାଙ୍ଗି ୮.୭୩%କୁ ଉଠିଛି। ସାଧାରଣତଃ ଜୁନ୍‌ରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିବାରୁ କୃଷି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାସ। କାରଣ ଗ୍ରାମାଞ୍ଚଳର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ମେ’ରେ ଅମଳ ଶେଷ ହେବା ପରେ ଜୁନ୍‌ରେ ଗାଁଗୁଡ଼ିକରେ ବେରୋଜଗାରି ବଢ଼ିଥାଏ। ଜୁଲାଇରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇ ଭଲ ବୃଷ୍ଟିପାତ ହେଲେ ନୂଆ ବିହନ ବୁଣା ଆଗକୁ ବଢ଼ିଥାଏ। କିନ୍ତୁ ଏଥର ମୌସୁମୀ ବି ଧୋକା ଦେଲାଣି। ସ୍ବଳ୍ପବୃଷ୍ଟି ଓ ଅନାବୃଷ୍ଟି ଦେଶର ବିଭିନ୍ନ ଭାଗରେ ମରୁଡ଼ି ସ୍ଥିତି ଉପୁଜାଇଲାଣି। ଏହା ଉଭୟ କୃଷି ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଭାରତର ଦୁଇ-ତୃତୀୟାଂଶ ଜନସଂଖ୍ୟା ବସବାସ କରୁଥିବା ଗ୍ରାମାଞ୍ଚଳର ଦୁର୍ବଳ ଶ୍ରମ ବଜାର ୨୦୨୪ରେ ପୁଣି ଥରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡ଼ୁଥିବା ମୋଦି ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହେବାକୁ ଯାଉଛି। ୨୦୧୭ରେ ଭାରତରେ ବେକାରି ହାର ୬% ଥିବାବେଳେ ବର୍ତ୍ତମାନ ୯% ଆଡ଼କୁ ମୁହଁାଇଲାଣି। ଏହା ଐତିହାସିକ ଭାବେ ସର୍ବୋଚ୍ଚ ଥିବାବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଆହୁରି ରେକର୍ଡ ସ୍ତରକୁ ଉଠିବ ବୋଲି ଅର୍ଗାନାଇଜେଶନ୍‌ ଫର୍‌ ଇକୋନୋମିକ୍‌ କୋ-ଅପରେଶନ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ (ଓଇସିଡି) ସତର୍କ କରାଇଛି। ଏକ ଆକଳନ ଅନୁସାରେ ଆସନ୍ତା ୪ ବର୍ଷ ମଧ୍ୟରେ ଭାରତର ଆହୁରି ୧ କୋଟି ଲୋକ ବେକାର ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜ କଲେ ଭୟଙ୍କର ଭବିଷ୍ୟବାଣୀ, କଳିଯୁଗରେ ହେବ ଏମିତି, ଜାଣିଲେ ଥରି ଉଠିବେ

ନୂଆଦିଲ୍ଲୀ,୩୦।୩: ପ୍ରେମାନନ୍ଦ ମହାରାଜଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ସେହି ସମୟରେ,...

RSS ପ୍ରତିଷ୍ଠାତା ହେଡ୍‌ଗଓ୍ବୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମୋହନ ଭାଗବତଙ୍କୁ ଭେଟିଲେ

ନାଗପୁର,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗପୁର ଗସ୍ତରେ ଅଛନ୍ତି। ସେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ...

ମାଗଣାରେ କେମିତି କରିବେ Ghibli style AI portraits, ଚୁଟକିରେ କରିଦେବ Grok

ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଚାଟଜିପର ଅବସ୍ଥା ଆହୁରି ଖରାପ କରିବାକୁ ଅଣ୍ଟା ଭିଡିଲେଣି। ସମ୍ପ୍ରତି, ମସ୍କ ପ୍ଲାଟଫର୍ମରେ ଲୋକପ୍ରିୟ ଆନିମେସନ ଷ୍ଟୁଡିଓ...

Ghibli ଚୋରାଉଛି କି ଆପଣଙ୍କ ଚେହେରା? ଅରବ ଡଲାରରେ ବିକ୍ରି ହେଉଛି…

ନୂଆଦିଲ୍ଲୀ,୩୦।୩: ଆଜିକାଲି, ସୋସିଆଲ ମିଡିଆ OpenAIର ChatGPT 4.o ବ୍ୟବହାର କରି ସୃଷ୍ଟି ହୋଇଥିବା ଘିବଲି ଫୋଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫେସବୁକ,...

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ...

ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି…

ଗ୍ବାଲିୟର, ୩୦।୩: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲାର ଅମିତ କୁମାର ସେନ୍‌ଙ୍କୁ ହତ୍ୟା ଭୟ ଘାରିଛି। ତାଙ୍କ ସ୍ତ୍ରୀଙ୍କର ୪ ଜଣ ବୟଫ୍ରେଣ୍ଡ ଅଛନ୍ତି। ରାହୁଲ ବାଥମ...

ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ...

Chhattisgarh: ସୁକମାରେ ୧୭ ନକ୍ସଲ ସଫା, ୧୧ ମହିଳା ବି ସାମିଲ

ରାୟପୁର,୨୯।୩: ଛତିଶଗଡ଼ର ସୁକମା ଏବଂ ଦାନ୍ତେୱାଡା ଜିଲାର ସୀମାରେ ଶନିବାର ସକାଳେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୫୦୦-୬୦୦...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image