ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୯।୭(ଡି.ଏନ.ଏ.): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି l ଲଘୁଚାପ ଜନିତ ବର୍ଷା ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପାଣି ନଦୀରେ ମିଶି ଏହାର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ୬ ରୁ ୭ ଫୁଟ ଉଚ୍ଚରେ ଲହରୀ ଭାଙ୍ଗୁଛି ବନ୍ୟା ଜଳ l ନଦୀରେ ଉଚ୍ଚ ଲହରୀ ଯୋଗୁ ସ୍ଥାନୀୟ ଅଞ୍ଚଳର ଧୀବରମାନେ ମାଛ ମାରିବାକୁ ଯାଇପାରିନାହାନ୍ତି। ସମୁଦ୍ରରେ ମଧ୍ୟ ଉଚ୍ଚ ଜୁଆର ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ ଡଙ୍ଗା ସମୁଦ୍ର ଭିତରକୁ ନେଉନାହାନ୍ତି l ତିନି ଚାରିଦିନ ହେବ ସେମାନଙ୍କ ଜୀବନ ଜୀବିକା ଠପ୍‌ ହୋଇଯାଇଛି l

Share