ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ ଗ୍ରାହକଙ୍କ ଚାହିଦା ଅଭାବ କାରଣରୁ କମ୍ପାନୀଗୁଡ଼ିକର ଆୟ ପ୍ରଭାବିତ ହେଉଛି। ଏହି କାରଣରୁ ଦେଶର ଅର୍ଥନୀତିରେ ମନ୍ଥର ଗତି ହେବା ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସୁଧ ହାର(ରେପୋ ରେଟ୍‌) ହ୍ରାସ କରିବାକୁ ବଜାର ବିଶେଷଜ୍ଞ ତଥା ଗ୍ଲୋବାଲ ବ୍ରୋକ୍‌ରେଜ୍‌ ହାଉସ୍‌ ଆର୍‌ବିଆଇ ନିକଟରେ ଦାବି କରୁଛନ୍ତି। ଡଏଚ୍‌ ବ୍ୟାଙ୍କ ବିଶେଷଜ୍ଞମାନଙ୍କ ମତାନୁସାରେ, ଫେବୃଆରୀରେ ହେବାକୁ ଥିବା ପରବର୍ତ୍ତୀ ନୀତି କମିଟି ବୈଠକରେ ଆର୍‌ବିଆଇ ନୀତି ହାର ହ୍ରାସ ଚକ୍ରକୁ ୦.୨୫% ହ୍ରାସ କରିବା ଉଚିତ। ବିଶ୍ଳେଷକମାନେ କହିଛନ୍ତି, ସୁଧ ହାର ହ୍ରାସ କରିବା ଦ୍ୱାରା ଅଭିବୃଦ୍ଧି ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପଡ଼ିବ। ଏଥିରେ ଯଦି ବିଳମ୍ବ ହୁଏ, ତେବେ ଆର୍‌ବିଆଇ ମଧ୍ୟ ପଛରେ ପଡ଼ିଯିବା ବିପଦ ରହିଛି। ଫେବୃଆରୀ ଏବଂ ଏପ୍ରିଲର ମୁଦ୍ରା ନୀତି ସମୀକ୍ଷାରେ ଆର୍‌ବିଆଇ ନୀତି ହାରକୁ ୦.୨୫ ପ୍ରତିଶତ ହ୍ରାସ କରିବ, ଯାହା ପ୍ରଥମାର୍ଦ୍ଧରେ ରେପୋ ହାରକୁ ୬%ରେ ପହଞ୍ଚାଇବ। ବିଶ୍ଳେଷକମାନେ କହିଛନ୍ତି , ଭାରତରେ ମୁଦ୍ରା ବିତରଣ ଅତି କମ୍‌ରେ ୩ଚତୁର୍ଥାଂଶ ସହିତ କାମକରେ। ତେଣୁ ଫେବୃଆରୀରୁ ହାର ହ୍ରାସ କରିବା ଆର୍‌ବିଆଇ ପାଇଁ ଉପଯୁକ୍ତ ସମୟ ବୋଲି ମତ ପ୍ରକାଶ ପାଇଛି। ସୁଧ ହାର ହ୍ରାସ କରିବାରେ ବିଳମ୍ବ ନ କରିବାକୁ ଆର୍‌ବିଆଇକୁ ପରାମର୍ଶ ଦିଆଯାଇଛି। ଯେତେ ଶୀଘ୍ର ସୁଧ ହାର ହ୍ରାସ ପାଇବ, ଅଭିବୃଦ୍ଧି ଉପରେ କମ୍‌ ପ୍ରଭାବ ପଡ଼ିପାରେ। ସୂଚନା ଥାଉକି,ଆର୍‌ବିଆଇ ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଗତ ୧୧ଟି ନୀତି ସମୀକ୍ଷା ସମୟରେ ଆର୍‌ବିଆଇ ସୁଧ ହାରକୁ ସ୍ଥିର ରହିଛି। ତେବେ ଅଭିବୃଦ୍ଧି ବହୁ ତ୍ରୈମାସିକ ସ୍ତରରେ ଖସି ଆସିଛି ଏବଂ ଫେବୃଆରୀରେ ଆର୍‌ବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଅଧୀନରେ ହେବାକୁ ଥିବା ପ୍ରଥମ ସୁଧ ହାର ସମୀକ୍ଷା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri