ଚତୁର୍ଥ ଲହର ଆଶଙ୍କା ଘନେଇଲା, ୨୯ ଜିଲାରେ ସ୍ଥିତି ବେକାବୁ…

ନୂଆଦିଲ୍ଲୀ, ୧୩।୪ : କରୋନା ମହାମାରୀର ଚତୁର୍ଥ ଲହର ନେଇ ପୁଣି ସଙ୍କଟ ଘନେଇବାରେ ଲାଗିଛି। ଚତୁର୍ଥ ଲହର ଯୋଗୁ ଦେଶର ୨୯ଟି ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି।, ଦିଲ୍ଲୀ-ଗୁଜୁରାଟ ଏବଂ ହରିୟାଣାରେ ଆଦି ୩ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ଗତ ୨୮ ଦିନ ମଧ୍ୟରେ ଦେଶରେ ୫,୪୭୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ୪୦,୮୬୬ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଚାରି ସପ୍ତାହ ମଧ୍ୟରେ ୫୮ ହଜାର ୧୫୮ ଜଣ ଲୋକ ମଧ୍ୟ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିଲେ।

ମଙ୍ଗଳବାର ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୋଟି ଅତିକ୍ରମ କରିଛି। କେରଳର ୧୪ ଟି ଜିଲା, ମିଜୋରାମର ୭ ଟି ଜିଲାରେ ସ୍ଥିତି ସଙ୍କଟ ଜନଦକ ରହିଛି। ହରିୟାଣାର ଗୁରୁଗ୍ରାମ୍‌ରେ ଅବସ୍ଥା ମଧ୍ୟ ଚିନ୍ତାଜନକ ରହିଛି। ଏଠାରେ ପଜିଟିଭିଟି ହାର ୫.୮୧ ପ୍ରତିଶତ ରହିଚି।

ଏହା ବ୍ୟତୀତ ମଣିପୁର ଏବଂ ଓଡିଶାର ଗୋଟିଏ ଲେଖାଏଁ ଜିଲାରେ ସ୍ଥିତି ଚିନ୍ତା ଜନକ ରହିଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କେତେକ ରାଜ୍ୟ ପାଇଁ ଚେତାବନୀ ଜାରି କରିଛନ୍ତି। ସେସବୁ ରାଜ୍ୟମଧ୍ୟରେ ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର, ମଣିପୁର ଏବଂ ମିଜୋରାମର ନାମ ରହିଛି।

ସେହିପରି କରୋନାର ଚତୁର୍ଥ ଲହର ପୃଥିବୀର ୧୦ଟି ଦେଶରେ ଆରମ୍ଭ ହୋଇଛି। ସେଥି ମଧ୍ୟରେ ଆମେରିକା, ବ୍ରାଜିଲ, ଜର୍ମାନୀ, ଅଷ୍ଟ୍ରେଲିଆ, ରୁଷିଆ, ଇଟାଲୀ, ଫ୍ରାନ୍ସ, ଜାପାନ, ଥାଇଲାଣ୍ଡ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରିଆ ଆଦି ଦେଶ ରହିଛନ୍ତି।

Share