ଆଣବିକ ଯୁଦ୍ଧର ଆଶଙ୍କା ବଢ଼ିଲା, ବୁଡ଼ାଜାହାଜ ପ୍ରସ୍ତୁତ କଲେ ପୁଟିନ୍‌…

ମସ୍କୋ, ୨୬।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଏକ ମାସରୁ ଅଧିକ ସମୟ ବିତିଛି। ମସ୍କୋର ଆକ୍ରମଣ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜର ପରମାଣୁ ଶକ୍ତିକୁ ବିଶେଷ ସତର୍କ କରାଇବାର କିଛି ଘଣ୍ଟା ପରେ ରୁଷିଆ ଏହାର ପରମାଣୁ ବୁଡ଼ାଜାହାଜକୁ ସମୁଦ୍ରରେ ପ୍ରବେଶ କରାଇଛି। ଫଳରେ ଆଣବିକ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।

ରୁଷିଆର ଆଣବିକ ବୁଡ଼ାଜାହାଜ ଏକାସାଙ୍ଗରେ ୧୬ ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ବହନ କରିବାକୁ ସକ୍ଷମ। ଏହି ବୁଡ଼ାଜାହାଜ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଅବତରଣ କରାଯାଇଛି। ରୁଷିଆର ଏହି ପଦକ୍ଷେପ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ପୁଟିନ ଆକ୍ରମଣାତ୍ମକ ରଣନୀତି ପାଇଁ ଆଣବିକ ବିପଦ ସୃଷ୍ଟି କରୁଛନ୍ତି। ୨୦୧୪ର କ୍ରିମିଆ ଯୁଦ୍ଧ ସମୟରେ ପୁଟିସ୍‌ ଏଭଳି ମଧ୍ୟ କରିଥିଲେ।

ଖବର ଅନୁଯାୟୀ,ରୁଷିଆ ମାର୍ଚ୍ଚ ୩ରୁ ଆଣବିକ ଅସ୍ତ୍ରଶସ୍ତ୍ରକୁ ହାଇ ଆଲର୍ଟରେ ରଖିଛି। ମାର୍ଚ୍ଚ ୨୨ରେ, ମସ୍କୋ ନାଟୋକୁ ଧମକ ଦେଇ କହିଥିଲା ଯେ ଯଦି ନାଟୋ ସୀମା ଅତିକ୍ରମ କରେ ତେବେ କ୍ରେମଲିନ ଆଣବିକ ଆକ୍ରମଣ କରିବାକୁ ବାଧ୍ୟ ହେବ। କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ ଯଦି ବିପଦର ସମ୍ମୁଖୀନ ହୁଏ ତେବେ ରୁଷିଆ ଆଣବିକ ଅସ୍ତ୍ର ବ୍ୟବହାର କରିବ।

ରୁଷିଆର ଜେନେରାଲ ଷ୍ଟାଫର ପ୍ରଥମ ଡେପୁଟି ଚିଫ କର୍ନେଲ ଜେନେରାଲ ସର୍ଜେ ରୁଦସ୍କୋ ଗଣମାଧ୍ୟମକୁ କହିଛନ୍ତି ଯେ ଅପରେଶନର ପ୍ରଥମ ପର୍ଯ୍ୟାୟର ସମସ୍ତ ମୁଖ୍ୟ କାର୍ଯ୍ୟ ସମାପ୍ତ ହୋଇଛି। ତେଣୁ ବର୍ତ୍ତମାନ ଆମେ ପ୍ରଧାନ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବା ଉପରେ ଧ୍ୟାନ ଦେଉଛୁ। ଏହି ମୁଖ୍ୟ ଲକ୍ଷ୍ୟ ହେଉଛି ଡୋନାବସର ମୁକ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ରୁଷିଆର ସୈନ୍ୟ ଡୋନାବସ ଏବଂ ଲୁହାନସ୍କକୁ ମୁକ୍ତ ନକରନ୍ତି ସେପର୍ଯ୍ୟନ୍ତ ଆମେ ପଛକୁ ଫେରିବୁ ନାହିଁ।

Share