ବାଙ୍କୀରେ ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ୱର, ୨୭।୧(ବ୍ୟୁରୋ): କଟକ ବାଙ୍କୀ ଗଡ଼ରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡି ଶେଲ ଡକ୍‌ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି। ଦେଶରେ ବ୍ୟାପିଚାଲିଥିବା ବାର୍ଡ ଫ୍ଲୁ ଯେ ଓଡିଶା ପହଞ୍ଚି ଗଲାଣି ଏଇ ସନ୍ଦେହରେ ବାଙ୍କୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ଦେଖିବା ପରେ ସ୍ଥାନୀୟ ଯୁବକମାନେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଜଣାଇଥିଲେ। ଦୁର୍ଗା ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ମୃତ ପକ୍ଷୀଙ୍କ ଫୋଟୋ ଓ ଭିଡିଓ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠାଇଥିଲେ। ଶୁଭେନ୍ଦୁ କୌଣସି ପକ୍ଷୀଙ୍କୁ ଛୁଇଁବାକୁ ସେମାନଙ୍କୁ ବାରଣ କରିବା ସହ ଫୋଟୋ ଏବଂ ଭିଡିଓକୁ ଖୋର୍ଦ୍ଧା ଏସିଏଫ୍‌ଙ୍କୁ ପଠାଇ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ।

Share