ଚିନ୍ତା ବଢ଼ାଇଲାଣି କଟକ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

କଟକ ଅଫିସ,୮।୫: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ମହାମାରୀ ଗୋଟିଏ ପରେ ଗୋଟିଏ ଜିଲାରେ ତା’ର କାୟା ବିସ୍ତାର କଲାଣି। ଏପରିକି ଦୈନିକ ସଂକ୍ରମଣ ୧୦୦୦୦ ଉପରେ ରହୁଛି। ବର୍ତ୍ତମାନ ସବୁଠୁ ଚିନ୍ତାଜନକ ବିଷୟ ହେଲା କଟକରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି। ଏହି ସହରକୁ ବାହାରୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ବଢୁଛି ବୋଲି ନୋଡାଲ ଅଧିକାରୀ କହିଛନ୍ତି । ୫/୬ ଦିନ ଭିତରେ ଏହି ସଂକ୍ରମଣ ଆହୁରି ବଢ଼ିପାରେ। ପରେ ଏହା ଧୀରେ ଧୀରେ କମିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି।

Share