ଭୁବନେଶ୍ୱର,୧୫।୨(ବ୍ୟୁରୋ) : କୋଭିଡ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ହସ୍ପିଟାଲ ରେଟ ଦେଖିଲେ ଆମେ ଭଲ ସ୍ଥିତିରେ ରହିଛେ। ଡେଞ୍ଜର ଜୋନ୍ରୁ ଖୁବଶୀଘ୍ର ରାଜ୍ୟ ବାହାରିଯିବ। ଯେଉଁମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କର ଲକ୍ଷଣ ନ ଥିଲେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ଗାଇଡ଼ଲାଇନ ଦେଇଛନ୍ତି । ସେହି ଅନୁସାରେ ଜିଲାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବ। ପୂର୍ବ ମୃତ୍ୟୁଗୁଡ଼ିକର ଅଡ଼ିଟ କରି ମୃତ୍ୟୁ ସଂଖ୍ୟା ପ୍ରକାଶ କରାଯାଉଛି। ଏବେ ସଂକ୍ରମଣ କମୁଛି । ଆଉ କିଛି ଦିନରେ ମୃତ୍ୟୁ ସଂଖ୍ୟା ବି କମିଯିବ ।