ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…

ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ ଆହୁରି ଏକ ମିଲିୟନ ବ୍ୟାରେଲ ହ୍ରାସ କରିବ ବୋଲି ସୌଦି ଆରବ ଘୋଷଣା କରିଛି। ସୌଦି ଆରବ ଏବଂ ରୁଷିଆର ନେତୃତ୍ୱାଧୀନ ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ (ଓପେକ)ର ୧୩ ସଦସ୍ୟ ବିଶିଷ୍ଟ ସଂଗଠନର ୧୦ ଅଂଶୀଦାରଙ୍କ ବୈଠକ ପରେ ଏହି ଘୋଷଣା କରାଯାଇଛି। ବିଶ୍ଳେଷକମାନେ ଆଶା କରିଥିଲେ ଓପେକ ପ୍ଲସ ଉତ୍ପାଦକମାନେ ସେମାନଙ୍କର ବର୍ତ୍ତମାନର ନୀତି ବଜାୟ ରଖିବେ, କିନ୍ତୁ ଚଳିଚ ସପ୍ତାହ ଶେଷରେ ୨୩ ଟି ଦେଶ ତୈଳ ତତ୍ପାଦନ କାଟ କରିପାରନ୍ତି ବୋଲି ସଙ୍କେତ ପ୍ରକାଶ ପାଇଛି।

ନିକଟ ସୂତ୍ର ଅନୁଯାୟୀ ଦୈନିକ ଏକ ମିଲିୟନ ବ୍ୟାରେଲ (ବିପିଡି) ଉତ୍ପାଦନ କାଟ ଉପରେ ଆଲୋଚନା କରାଯାଉଛି। ଏପ୍ରିଲରେ, କେତେକ ଓପେକ ପ୍ଲସ ସଦସ୍ୟ ସ୍ବେଚ୍ଛାକୃତ ଭାବରେ ଉତ୍ପାଦନକୁ ଏକ ମିଲିୟନ ବିପିଡିରୁ କମ କରିବାକୁ ରାଜି ହୋଇଥିଲେ।

ବ୍ଲୁମବର୍ଗ ନ୍ୟୁଜ ଏଜେନ୍ସି ଗୋଷ୍ଠୀର ଆଫ୍ରିକୀୟ ସଦସ୍ୟଙ୍କ ସହ ବିବାଦ କରୁଥିବା ରିପୋର୍ଟ କରିଛି, ଯାହା ସମାବେଶକୁ ନଷ୍ଟ କରିବାକୁ ଧମକ ଦେଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସ ଏହାର ଉତ୍ପାଦନ କାଟକୁ ମାପିବାରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବାବେଳେ। ଅଙ୍ଗୋଲା ଏବଂ ନାଇଜେରିଆ ସମେତ ଅନେକ ଓପେକ ପ୍ଲସ ଦେଶ ସେମାନଙ୍କ କୋଟା ପୂରଣ ପାଇଁ ସଂଘର୍ଷ କରୁଛନ୍ତି ।

ରୁଷିଆର ୟୁକ୍ରେନ ଆକ୍ରମଣ ମଧ୍ୟରେ ତୈଳ ଉତ୍ପାଦନକାରୀମାନେ ମୂଲ୍ୟ ହ୍ରାସ ଏବଂ ଉଚ୍ଚ ବଜାରର ଅସ୍ଥିରତା ସହିତ ମୁକାବିଲା କରୁଛନ୍ତି। ଯାହା ସମଗ୍ର ବିଶ୍ୱରେ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି। ଏପ୍ରିଲରେ କାଟ ଘୋଷଣା ହେବା ପରେ ତୈଳ ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ୭୦ ଡଲାରକୁ ଖସି ଆସିଛି।

ରୁଷିଆର ଉପମୁଖ୍ୟମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ନୋଭାକ କହିଛନ୍ତି ଏହି ଘଟଣାର ଦୀର୍ଘ ସମୟ ଧରି ଅନୁସନ୍ଧାନ ପରେ ବର୍ତ୍ତମାନର ଉତ୍ପାଦନ ହ୍ରାସ ୨୦୨୪ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରୁଷିଆ ତୈଳ ରାଜସ୍ବ ଉପରେ ନିର୍ଭରଶୀଳ କାରଣ ୟୁକ୍ରେନରେ ଏହାର ଯୁଦ୍ଧ ଜାରି ରହିଛି ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକ ଏହାର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ପ୍ରତିବନ୍ଧକ ଥିବାରୁ ରୁଷିଆ ଭାରତ ଏବଂ ଚାଇନାକୁ ତୈଳ ପଠାଉଛି କାରଣ ଏସୀୟ ଦେଶମାନେ ଅଶୋଧିତ ତୈଳ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ସୌଦି ଆରବ ଏହାର ବଜେଟକୁ ସନ୍ତୁଳିତ କରିବା ପାଇଁ ଅଧିକ ମୂଲ୍ୟର ଆବଶ୍ୟକତା ରହିଛି ବୋଲି ବିଶ୍ଳେଷକମାନେ କହିଛନ୍ତି । ତେଣୁ ବର୍ତ୍ତମାନ ତୈଳ ବ୍ୟାରେଲ ମୂଲ୍ୟ ୮୦ ଡଲାରରେ ରହିଛି।

Share