Categories: ଜାତୀୟ

ମୁମ୍ବାଇର ୨୩୬ କୋଠାରେ ବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ: ବିଏମସିର ଚେତାବନୀ…

ମୁମ୍ବାଇ,୨୭।୫ : ବର୍ଷା ଋତୁ ପୂର୍ବରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୨୩୬ କୋଠାରେ ବାସକରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ବମ୍ବେ ମ୍ୟୁନିସପାଲ କର୍ପୋରେଶନ(ବିଏମସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏସବୁ କୋଠା ମଧ୍ୟରୁ ୩୫ ସହରୀ ଅଞ୍ଚଳରେ ଥିବାବେଳେ ୬୫ ପୂର୍ବ ଉପନଗର ଏବଂ ୧୨୬ ପଶ୍ଚିମ ଉପନଗରରେ ରହିଛି। ସି-୧ ବର୍ଗରେ ସ୍ଥାନୀତ ହୋଇଥିବା ଏହି କୋଠାଗୁଡ଼ିକ ବାସ ଉପଯୋଗୀ ନୁହେଁ।

ଏଗୁଡିକ ଅତ୍ୟଧିକ ପୁରାତନ। ବର୍ଷା ଋତୁରେ ଏହି କୋଠାଗୁଡ଼ିକ ଭାଙ୍ଗିଲେ ଏନେଇ ବିଏମସି ଦାୟୀ ରହିବ ନାହିଁ ବୋଲି କହିଛି। ଏସବୁ କୋଠାଗୁଡ଼ିକୁ ତୁରନ୍ତ ଖାଲି କରିବାକୁ ବିଏମସି କହିଛି।

Share