ହ୍ୟାରିଙ୍କ ଆତ୍ମଜୀବନୀ ଉପରେ ମନ୍ତବ୍ୟ ଦେବାକୁ ମନା କଲେ ଋଷି ସୁନକ…

ଲଣ୍ଡନ,୮।୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ନେଇ ଜାରି ରହିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆଫଗାନିସ୍ତାନରେ ହ୍ୟାରିଙ୍କ ନିୟୋଜନ ସହ ଜଡିତ ଦାବି ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ହ୍ୟାରିଙ୍କ ଦାବି ଉପରେ କହିଛନ୍ତି, ମୁଁ ରାଜ ପରିବାର ସହ ଜଡିତ ବିଷୟ ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ। ମୁଁ କେବଳ କହିବାକୁ ଚାହେଁ ଯେ ଦେଶର ସୁରକ୍ଷା ପାଇଁ ଆମର ବାହିନୀ ଏକ ଅସାଧାରଣ କାର୍ଯ୍ୟ କରୁଛନ୍ତି। ତାଙ୍କର ସେବା ପାଇ ଆମେ ସମସ୍ତେ ଭାଗ୍ୟବାନ ଏବଂ ନିଜକୁ ଗର୍ବିତ ମନେ କରୁଛୁ।

Share