ଡ୍ୟାନ୍ସ ରିଆଲିଟି ଶୋ’ ସୁପର ଡ୍ୟାନ୍ସର ୪ରେ ଏହି ଓ୍ବିକେଣ୍ଡରେ ଗେଷ୍ଟ ଜଜ୍ ଭାବେ ଅଭିନେତା ରିତେଶ ଦେଶମୁଖ ଏବଂ ଅଭିନେତ୍ରୀ ଜେନେଲିଆ ଡିସୋଜା ନଜର ଆସିବେ। ସେମାନେ ୯ ବର୍ଷ ଧରି ବିବାହ କରିଛନ୍ତି । ଶୋ’ରେ ଦୁହେଁ ବହୁତ ମଜା କରୁଥିବାବେଳେ ଜେନେଲିଆ ମଧ୍ୟ ସେମାନଙ୍କ ବିବାହର କିଛି ସ୍ମୃତି ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଜେନେଲିଆ କହିଛନ୍ତି ଯେ, ରିତେଶ ବିବାହରେ ୮ ଥର ତାଙ୍କ ପାଦ ଛୁଇଁଥିଲେ। ୱିକେଣ୍ଡ ଏପିସୋଡର ପ୍ରୋମୋ ରିଲିଜ ହୋଇଛି। ଏହା ‘ଶାଦୀ ସ୍ପେଶାଲ’। ପ୍ରୋମୋ ଭିଡିଓରେ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ଜେନେଲିଆ ଦେଖିବା ପରେ ରିତେଶଙ୍କ ସହ ତାଙ୍କ ବିବାହକୁ ମନେ ପକାଇ କହିଛନ୍ତି, ବିଦାୟୀ ସମୟରେ ମୁଁ ବହୁତ କାନ୍ଦିଥିଲି ଏବଂ ରିତେଶ ମୋର ପାଦ ଛୁଇଁଥିଲେ। ଜେନେଲିଆ ଆହୁରି କୁହନ୍ତି, ‘ରିତେଶ ତାଙ୍କ ପାଦ ୮ ଥର ଛୁଇଁଥିଲେ। ପରେ ରିତେଶ ହିସିକି କହିଛନ୍ତି, ‘ ମୁଁ ଭାବୁଛି ପଣ୍ଡିତଜୀ ଜାଣିଥିଲେ ମୋର ବିବାହ ପରେ କଣ କରିବାକୁ ହେବ, ତେଣୁ ସେ ମୋତେ ଆଗରୁ ଅଭ୍ୟାସ କରାଇଥିଲେ।’ ତେବେ ମହାରାଷ୍ଟ୍ରର ବିବାହ ରୀତିନୀତିରେ ବରକୁ କନ୍ୟାର ପାଦ ଛୁଇଁବାକୁ ପଡିଥାଏ। ଏଣୁ ରିତେଶ ଜେନେଲିଆଙ୍କ ପାଦ ଛୁଇଁଥିବା ସ୍ପଷ୍ଟ ହୋଇଛି।