ନନ୍‌ଭେଜ୍‌ ଖାଇବା, କଫି ପିଇବା ଛାଡିଦେଲେ ରିତେଶ: କାରଣ ଜାଣିଲେ ପ୍ରଶଂସାରେ ପୋତି ପକାଇବେ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନନ୍‌ଭେଜ ଖାଇବା ଏବଂ କଫି ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। କାରଣ ସେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ‘କୌନ୍‌ ବନେଗା କରୋଡପତି’ ରେ ଆସିଥିବା ବେଳେ ରିତେଶ ଏହା କହିଛନ୍ତି। ତେବେ ସେ କାହିଁକି ଫିଟ୍‌୍‌ ରହିବାକୁ ଚାହୁଁଛନ୍ତି, ତାହା ଜାଣିଲେ ଯେକେହିବି ତାଙ୍କୁ ପ୍ରଶଂସାରେ ପୋତି ପକାଇବେ।
ପ୍ରକୃତ କଥା ହେଲା, ମୋହନ ଫାଉଣ୍ଡେଶନ ମାଧ୍ୟମରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରୁଥିବା ସୁନୀଲ ଶ୍ରଫ୍‌ଙ୍କ ସହ କେବିସିର କରମଭୀର ସ୍ପେସିଆଲରେ ରିତେଶ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ଅଙ୍ଗଦାନ ବିଷୟରେ କ’ଣ ଭାବନ୍ତି ବୋଲି ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ରିତେଶ କହିଥିଲେ, ବାପା ବିଲାସରାଓ ଦେଶମୁଖଙ୍କ ଅର୍ଗାନ ଫେଲିଓର ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଅନ୍ୟ କାହାର ସେପରି ମୃତ୍ୟୁ ନ ଘଟୁ ବୋଲି ରିତେଶ ଅଙ୍ଗଦାନ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ ଶରୀରକୁ ଫିଟ୍‌ ରଖିବାକୁ ପଡ଼ିବ। ତେଣୁ ସେ ନନ୍‌ଭେଜ୍‌ ଖାଇବା ଏବଂ କଫି ପିଇବା ଛାଡି ଦେଇଥିବା କହିଛନ୍ତି।

Share