ମିନା କୁମାରୀଙ୍କ ବାୟୋପିକରେ କ୍ରିତି ସାନନ

ମୁମ୍ବାଇ: ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ରେସପେକ୍ଟ ଭେଟେରାନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିନା କୁମାରୀ। ଫିଲ୍ମରେ ପାଓ୍ବାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ହିନ୍ଦି ସିନେମାର ‘ଟ୍ରାଜେଡି କୁଇନ’ ମଧ୍ୟ କୁହାଯାଇଥାଏ।

ମୀନା କୁମାରୀଙ୍କ ଲାଇଫ ଜର୍ନିଂ ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଛ। ୫୦-୭୦ ଦଶକ ଆରମ୍ଭରୁ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗର ସେହି ତାରକାମାନଙ୍କ ମଧ୍ୟରୁ ମୀନା କୁମାରୀ ଅନ୍ୟତମ, ଯିଏ ୟୁନିକ ଓ ଭେରାଇଟି ଚରିତ୍ରରେ ପରୀକ୍ଷଣ କରିଥିଲେ। ମୀନା କୁମାରୀ ଯିବା ବେଳେ ବହୁ ମୂଲ୍ୟ ସମ୍ପତ୍ତି ଛାଡି ଯାଇଛନ୍ତି।
ନର୍ଗିସ ଓ ମଧୁବାଲାଙ୍କ ବ୍ୟତୀତ ମିନା କୁମାରୀ ବି ବହୁ ମୂଲ୍ୟ ସମ୍ପତ୍ତି ଚାଡି ଯାଇଛନ୍ତି। ଅନେକ ଦଶନ୍ଧି ପରେ ଖବର ଆସୁଛି ଯେ ମନୀଷ ମଲହୋତ୍ରା ମହାନ ଅଭିନେତ୍ରୀ ମୀନା କୁମାରୀଙ୍କ ଉପରେ ଏକ ଏପିକ ସାଗା ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ଖାସ ନ୍ୟୁଜ ଆର୍ଟିକଲରେ କୁହାଯାଇଛି ଯେ ଭେଟେରାନ ଅଭିନେତ୍ରୀ ମୀନା କୁମାରୀଙ୍କ ଏକ ବାୟୋପିକ ଉପରେ କାମ ଚାଲିଛି ଏବଂ ଏହା ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ପ୍ରଥମ ମୁଭି ହେବାକୁ ଯାଉଛି।
ମୀନା କୁମାରୀଙ୍କ ଚାର୍ମିଂ ଲାଇଫର ଉତ୍ସବ ପାଳନ କରୁଥିବା ଏହି ମୁଭିରେ ଅଭିନେତ୍ରୀ କ୍ରିତି ସାନନ ଅଭିନୟ କରିବେ। ଏହି ଫିଲ୍ମର ନିର୍ମାତା ଭୂଷଣ କୁମାର ହେବେ ଯିଏ ବର୍ତ୍ତମାନ ସ୍କ୍ରିପ୍ଟିଂ ମୋଡରେ ଅଛନ୍ତି। ମନୀଷ ମଲହୋତ୍ରା ପ୍ରକାଶ କରିଛନ୍ତି ଯେ ମୀନା କୁମାରୀଙ୍କ ଭଳି ଯାଦୁକୁ ପୁନଃ ନିର୍ମାାଣ କରିବା ତାଙ୍କର ଦୀର୍ଘ ଦିନର ସ୍ବପ୍ନ।

Share