ଖେଳରେ ପରାଜୟ ପରେ ଫାଶୀ ଦେଇ ଆତ୍ମହତ୍ୟା କଲେ ରିତିକା

ନୂଆଦିଲ୍ଲୀ,୧୮।୩: ଭାରତର ଷ୍ଟାର ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ ଏବଂ ଗୀତା ଫୋଗାଟଙ୍କର ଭଉଣୀ ରତିକା ଫୋଗାଟ ଖେଳରେ ପରାଜୟ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଭାରତୀୟ ରେସଲିଂ ଜଗତରେ ଶୋକର ଛାୟା ଖେଳି ଯାଇଛି। ରାଜ୍ୟସ୍ତରୀୟ ସବ୍‌ ଜୁନିୟର କୁସ୍ତି ପ୍ରତିଯୋଗୀତାର ଫାଇନାଲରେ ପରାଜିତ ହେବା ଘଟଣାରେ ରିତିକା ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ନିଜ ଗାଁ ବଲାଲିରେ ଆତ୍ମହତ୍ୟା କରିଥିଲେ। ବ୍ୟବଚ୍ଛେଦ ପରେ ରିତିକାଙ୍କ ମୃତଦେହକୁ ପୋଲିସ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି। ୧୭ ବୟସ୍କା ରିତିକା ଗତ ୫ ବର୍ଷ ଧରି ପିଉସା ମହାବୀର ଫୋଗାଟଙ୍କଠାରୁ କୁସ୍ତି ତାଲିମ ନେଉଥିଲେ। ୧୨ରୁ ୧୪ ମାର୍ଚ୍ଚ ମଧ୍ୟରେ ରିତିକା ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗୀତାରେ ୫୩ କିଲୋଗ୍ରାମ୍‌ ବର୍ଗରେ ଅଂଶଗ୍ରହଣ କରିଥିଲେ। ୧୪ ମାର୍ଚ୍ଚରେ ହୋଇଥିବା ଫାଇନାଲ ମ୍ୟାଚ୍‌ରେ ରିତିକା ପରାଜିତ ହୋଇଥିଲେ।

Share