ନୂଆଦିଲ୍ଲୀ,୩୦।୬: ଭାରତୀୟ ଟିମ୍ର ଓପନର ରୋହିତ ଶର୍ମାଙ୍କୁ ସ୍ତ୍ରୀ ରୀତିକା ସଜଦେହ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଏକ ମଜାଳିଆ ଭିଡିଓ ଶେୟାର କରି ସ୍ବାମୀଙ୍କଠାରୁ ଆହୁରୀ କ୍ୟୁଟ୍ କେହି ତାଙ୍କୁ ମିଳିଯାଇଛି ବୋଲି ସେ କହିଥିବା ଦେଖିବାକୁ ମିଳିଛି।
କଥାଟି ଏପରି। ରୀତିକା ମଙ୍ଗଳବାର ନିଜର ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ରୋହିତଙ୍କ ସହ ଏକ କୁକୁର ନଜର ଆସିଥିଲା। ରୀତିକା ଏହାକୁ ପୋଷ୍ଟ କରି ‘ ସରି ରୋ… ଏବେ ତୁମ କ୍ୟୁଟ୍ ନୁହଁ ବୋଲି କହିଥିଲେ। ଏହି ପୋଷ୍ଟଟି ଏବେ ଭାଇରାଲ ହେଉଛି। ଯୋଡ଼ି ହେବ ତ ଏମିତି ବୋଲି କେହି କେହି କହୁଥିବା ବେଳେ ଛୁଟିକୁ ଉପଭୋଗ କର ବୋଲି ଅନେକେ କହୁଛନ୍ତି।
କହିରଖୁଛୁ, ସାଉଥାମ୍ପଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ ମିଳିବା ପରେ ବାୟୋ ବବଲରୁ ୩ ସପ୍ତାହର ଛୁଟି ଖେଳାଳିଙ୍କୁ ମିଳିଛି। ଏଥିନେଇ ଖେଳାଳିମାନେ ପରିବାର ସହ ସମୟ ବିତାଉଛନ୍ତି। ଏହାର ଅନେକ ଫଟୋ ସେମାନେ ନିଜର ସୋସିଆଲ ପୃଷ୍ଠାରେ ଶେୟାର ମଧ୍ୟ କରୁଛନ୍ତି।