Categories: ଖେଳ

‘ରନ୍‌ ମେଶିନ’ ପାଲଟିଲେ ଋତୁରାଜ…

ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍‌ରେ ୧୦୮ ରନ୍‌ର ଇନିଂସ ଖେଳିଛନ୍ତି। ଟୁର୍ନାମେଣ୍ଟରେ ଏହା ଋତୁରାଜଙ୍କ କ୍ରମାଗତ ତୃତୀୟ ଶତକ। ଏହାପୂର୍ବରୁ ସେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ବିପକ୍ଷରେ ୨୨୦ ରନ୍‌ର ସ୍ମରଣୀୟ ଇନିଂସ ଖେଳିଥିଲେ। ସେହିଭଳି ସେମିଫାଇନାଲ ମ୍ୟାଚ୍‌ରେ ଆସାମ ବିପକ୍ଷରେ ସେ ୧୬୮ ରନ୍‌ କରିଥିଲେ। ମୋଟ ରନ୍‌ ଦେଖିଲେ ଏହି ଟୁର୍ନାମେଣ୍ଟରେ ସେ ୫ ମ୍ୟାଚ୍‌ରେ ୨୨୦ ହାରରେ ୬୬୦ ରନ୍‌ କରିଛନ୍ତି। ତେବେ ପ୍ରଥମ ଥର ଲାଗି ଋତୁରାଜ ଏଭଳି କାରନାମା କରିନାହାନ୍ତି। ଗତ ସିଜନରେ ମଧ୍ୟ ଋତୁରାଜ ୪ ଶତକ ମାରିଥିଲେ।

Share