ନଦୀ, ନାଳରେ କୁମ୍ଭୀର: ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୧୩।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଞ୍ଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କୁମ୍ଭୀର ଓ ମଣିଷ ଲଢ଼େଇରେ ୩ ମାସରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି। ଏବେ ଏହି ହିଂସ୍ର କୁମ୍ଭୀର ପଟ୍ଟାମୁଣ୍ଡାଇର ସବୁ ନଦୀ, ନାଳ ବିଲ ରାସ୍ତାରେ ଦେଖା ଦେଉଥିବା ନେଇ ଚିନ୍ତାର କାରଣ ପାଲଟିଛି। ପଟ୍ଟାମୁଣ୍ଡାଇ ତଳବାଲିପଡ଼ା ପାଟ ନାଳିରେ କୁମ୍ଭୀର ବାହାରିବା, ପେଣ୍ଠ ରାସ୍ତାରେ କୁମ୍ଭୀର ବୁଲିବା ଏବଂ ରବିବାର କୁଳସାହି ନିକଟ ନଦୀରେ ମାଛ ଜାଲରେ କୁମ୍ଭୀର ପଡ଼ିବା ଘଟଣା ସମଗ୍ର ଧୋୟାଞ୍ଚଳ ଓ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅପରପକ୍ଷରେ ଲୋକଙ୍କ ସୁରକ୍ଷା ବାବଦରେ କୌଣି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ। କେବଳ ମୃତ ଆହତଙ୍କ ପାଇଁ ସହାୟତା ଘୋଷଣା କାର୍ଯ୍ୟାନୁଷ୍ଠାନ ସୀମିତ ରହିଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ପରିବେଶବିତ୍‌ ବିଭୂତି ମହାପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହିଂସ୍ର କୁମ୍ଭୀର ସବୁ ନଦୀ ନାଳରେ ଦେଖାଦେଉଥିବାରୁ ଏବେ କୂଳବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ, ଗୋବରୀ ଓ କାଣୀ ନଦୀ ପ୍ରବାହିତ ହେଉଛି। କୃଷି କାର୍ଯ୍ୟ, ମାଛଧରା ସମେତ ସ୍ନାନ ଶୌଚାଦି ପାଇଁ ଲୋକେ ନଦୀ ଉପରେ ନିର୍ଭରଶୀଳ। କିନ୍ତୁ ଏବେ ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଆକ୍ରମଣ ଭୟ ଘାରିଛି। ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଯାତ ହେଉଛନ୍ତି। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ କିମ୍ବା ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ। ଏମିତିକି ଦୁର୍ଘଟଣା ଘଟିବା ପରେ ବି ସରକାରୀ ସହାୟତା ମିଳିପାରୁନାହିଁ। କେବଳ ମଣିଷ ନୁହେଁ, ନଈହୁଡାରେ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ମଧ୍ୟ କୁମ୍ଭୀର ମୁହଁରୁ ବାଦ୍‌ ପଡୁନାହାନ୍ତି। ବୁଦ୍ଧିଜୀବୀ କୈଳାସ ସେଠୀ କହିଛନ୍ତି, କୁମ୍ଭୀର ଆତଙ୍କ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀରୁ ୩ ମାସ ଭିତରେ ୬ ଜଣଙ୍କୁ ଟାଣି ନେଇ ମାରି ଦେଲାଣି କୁମ୍ଭୀର। ରବିବାର ସନ୍ଧ୍ୟା ବେଳେ ଜାଲରେ ଧରାପଡ଼ଥିବା କୁମ୍ଭୀର ଛୋଟ ଥିଲେ ମଧ୍ୟ ତା’ର ମା’ କୁମ୍ଭୀର ଏଠାରେ ଥାଇ ପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। କୁମ୍ଭୀର ପ୍ରତି ସାବଧାନ ସାଇନ୍‌ ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଚିତ୍ତରଞ୍ଜନ ମଲ୍ଲିକ କହିଛନ୍ତି, ଭିତରକନିକାରେ କୁମ୍ଭୀର ପ୍ରଜନନ ପ୍ରକଳ୍ପ ରହିଛି। ୧୯୭୫ଠାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେ ସମୟରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୧୯୯୧ ବେଳକୁ ଏହା ୧୦୦୦କୁ ବୃଦ୍ଧି ପାଇଥିଲା। ୧୯୯୧ରେ ଜାତୀୟ ଉଦ୍ୟାନରେ ଏହାର ବଂଶବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟବରଣ ମନ୍ତ୍ରଣାଳୟରୁ ଚିଠି ହୋଇଥିଲା। ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା। ମାତ୍ର ଗତ ଜାନୁୟାରୀ ଗଣନା ସମୟରେ ପ୍ରାୟ ୧୮୦୦ ବିଭିନ୍ନ ପ୍ରଜାତିର କୁମ୍ଭୀର ରହିଥିବା ବନ ବିଭାଗ ଗଣନାରୁ ଜଣାପଡ଼ିଛି। କିନ୍ତୁ ନଦୀ ନାଳ ଅଞ୍ଚଳରେ କୁମ୍ଭୀର ସଂଖ୍ୟା ଗଣନାରେ ସାମିଲ ହେଉନାହିଁ। ତରଡ଼ିପାଳ ଗ୍ରାମର ହିମାଂଶୁ ବିଶ୍ୱାଳ କହିଛନ୍ତି, ଭିତରକନିକା ଅଞ୍ଚଳରେ ବଉଳା ପ୍ରଜାତିର କୁମ୍ଭୀର ସାଧାରଣତଃ ହିଂସ୍ର। ଭିତରକନିକା କୁମ୍ଭୀର ପ୍ରଜନନ ପ୍ରକଳ୍ପକୁ ଛାଡ଼ି ଆଖପାଖ ନଦୀନାଳରେ ଶତାଧିକ କୁମ୍ଭୀର ରହିଥିବା ଜଣାପଡିଛି। ଗତ ୩ ମାସ ହେବ କୁମ୍ଭୀର ଆକ୍ରମଣରେ ୬ ଜଣଙ୍କର ଅକାଳରେ ମୃତ୍ୟୁ ହୋଇଛି। ହିଂସ୍ର ଜନ୍ତୁମାନଙ୍କଠାରୁ ସୁରକ୍ଷା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କୁମ୍ଭୀରଙ୍କୁ ନଦୀକୂଳ ଜନବସତି ନିକଟରୁ ଘଉଡ଼ାଇବା କିମ୍ବା ସେମାନଙ୍କୁ ରୋକିବା ଲାଗି ବନ ବିଭାଗ ପକ୍ଷରୁ ବିଶେଷ କିଛି ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ। ଲୋକେ ଚଳପ୍ରଚଳ ହେଉଥିବା ନଦୀ କୂଳଗୁଡ଼ିକରେ ଶକ୍ତ ତାରଜାଲି ଲଗାଇବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜର କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରୁ ଏକାଧିକ ନଦୀନାଳରେ କୁମ୍ଭୀରଙ୍କ ପ୍ରାକୃତିକ ପ୍ରଜନନ ହେଉଛି। ଏହି ନଦୀଗୁଡ଼ିକରେ କୁମ୍ଭୀର ସଂଖ୍ୟା ବଢୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri