ବାଲିରେ ହେଉଛି ନଦୀବନ୍ଧ ଉନ୍ନତୀକରଣ

ବ୍ରହ୍ମବରଦା,୧୯ା୭(ଯଯାତି କେଶରୀ ବେହେରା): ଜାରକା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ବନ୍ଧଡ଼ିହ ପ୍ରାଥମିକ ବିଦ୍ୟାଳୟ ନିକଟ ନଦୀବନ୍ଧକୁ ସୁଦୃଢୀକରଣ କରାଯାଉଛି। ଯେପରିକି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ଘାଇ ସୃଷ୍ଟି ନ ହୁଏ ଏବଂ ଧନ ଜୀବନ ନଷ୍ଟ ନ ହୁଏ ସେଥିପାଇଁ ସରକାରଙ୍କ ପକ୍ଷରୁ ବନ୍ୟା ଚୁକ୍ତିନାମା ଅନୁଯାୟୀ ଉକ୍ତ ନଦୀବନ୍ଧରେ ୨,୩୩୨ ଘନମିଟର ମାଟି ପଡ଼ିବା ସହିତ ୫୪୫ ଘନମିଟର ପଥର ପ୍ୟାକିଂ ହେବାକୁ ଧାର୍ଯ୍ୟ କରାଯାଇଛି। ୨୪ ଲକ୍ଷ ୧୧ ହଜାର ୪୫୯ ଟଙ୍କ ବ୍ୟୟବରାଦରେ ଏହି କାର୍ଯ୍ୟ ୨୬ା୦୫ା୨୦୨୪ ସୁଦ୍ଧାଶେଷ ହେବା ନେଇ ଚୁକ୍ତି କରାଯାଇଥିଲା। କିନ୍ତୁ ଅବଧି ମଧ୍ୟରେ କାର୍ଯ୍ୟ ସମାପ୍ତ ହୋଇ ପାରିନାହିଁ। ଏବେ ଠିକାଦାର ମାଟି ବଦଳରେ ବ୍ରାହ୍ମଣୀ ନଦୀ ବାଲିରେ କାର୍ଯ୍ୟ କରୁଥିବାବେଳେ କଁାଭଁା ପଥର ପ୍ୟାକିଂ କରୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ନଦୀବନ୍ଧର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ୍ଧ ନିକଟରେ ଏକ ବିଦ୍ୟାଳୟ ରହିଛି। ଏହ ବିଦ୍ୟାଳୟକୁ ବାଲିନିର୍ମିତ ନଦୀବନ୍ଧ କେତେ ସୁରକ୍ଷା ପ୍ରଦାନ କରିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ବିଭାଗୟୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ରେ ବ୍ରାହ୍ମଣୀ ନଦୀରେ ବନ୍ୟାଆସିବାରୁ ବନ୍ଧଡ଼ିହସ୍ଥିତ କଣ୍ଡିଆ ସାହିଠାରେ ୨୦୦ଫୁଟରୁ ଊର୍ଦ୍ଧ୍ୱ ଘାଇ ହୋଇଥିଲା। ଏଥିସହିତ ଦୁଇ ମହଲା ବିଶିଷ୍ଟ କୋଠାଘର ଭାସିଯିବା ସହ ଅନେକ କଚ୍ଚା ଘର ଭାଙ୍ଗି ଯାଇଥିଲା। ଫଳରେ ଏକାଧିକ ପରିବାର ମାସମାସ ଧରି ପରଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଥିଲେ। ଏଠାରେ ଘାଇ ହେବାର ମୁଖ୍ୟ କାରଣ ଥିଲା ବାଲିରେ ବନ୍ଧ ନିର୍ମାଣ। ଏହିପରି ଏହି ନଦୀବନ୍ଧକୁ ପ୍ରତିବର୍ଷ ଉନ୍ନତୀକରଣ ଆଳରେ ସରକାରୀ ପାଣ୍ଠିରୁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ପ୍ରତିବର୍ଷ ବନ୍ୟାରେ ଘାଇ ସୃଷ୍ଟି ହୋଇ ଗ୍ରାମବାସୀଙ୍କ ଧନଜୀବନ ନଷ୍ଟ ହେଉଛି। ତେଣୁ ଏହି ନଦୀବନ୍ଧ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri