ଜାକର୍ତ୍ତା,୭।୨: ଏବେ ସୋସିଆଲ୍ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍ ରଙ୍ଗର ପାଣି ବହୁଥିବାରୁ ଦେଖିବାକୁ ମିଳୁଛି। ପ୍ରକୃତରେ ଗାଁରେ ଥିବା ଏକ ଡାଇଙ୍ଗ୍ ଫ୍ୟାକ୍ଟ୍ରିରୁ ନିର୍ଗତ ହେଉଥିବା ଲାଲ୍ ରଙ୍ଗ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଜାଭାର ପେକଲୋଙ୍ଗନ ସହର ନିକଟରେ ଥିବା ଏକ ଗାଁରେ ଏଭଳି ଘଟିଛି। ତେବେ ଏହି ଭିଡ଼ିଓର ବ୍ୟବହାର ଖରାପ କାର୍ଯ୍ୟ ପାଇଁ କରାଯିବାର ଆଶଙ୍କା ରହିଥିବା କେତେକ ୟୁଜର କମେଣ୍ଟ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଗାଁରେ ପୋଷାକ ସମେତ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଡାଇଙ୍ଗ୍ କରାଯାଇଥାଏ। ସ୍ଥାନୀୟ ବାସିନ୍ଦା ଏହାଦ୍ୱାରା ନିଜର କୁଟୁମ୍ବ ପାଳନ କରିଥାନ୍ତି।