Categories: ଫୁରସତ

ନିଆଁର ନଦୀ, ଭିଡିଓ ଦେଖିଲେ…

ପ୍ରକୃତିର ଅନେକ ରୂପ ଆମେ ପୃଥିବୀରେ ଦେଖିଥାଉ। କେଉଁଠି ଜଳ ବ୍ୟାପିଛି ତ କେଉଁଠି ପାହାଡ଼, ପର୍ବତ ରହିଛି। ସେହିପରି ଆଉ କେଉଁଠି ଶୀତଳ ଆଚ୍ଛାଦିତ ବରଫ ଥିବା ବେଳେ ମରୁଭୂମି ବି ରହିଛି। ଅନେକ ସମୟରେ ଲୋକେ ପୃଥିବୀର ସୁନ୍ଦର ଦୃଶ୍ୟରାଜି ଦେଖି ବିଭୋର ହୋଇଥାନ୍ତି। ବେଳେବେଳେ ଏହାର ଭୟଙ୍କର ରୂପ ଲୋକଙ୍କୁ ଭୟଭୀତ ବି କରିଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି।

ଓ୍ବାଣ୍ଡର ଅଫ୍‌ ସାଇନ୍ସ ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ନିଆଁର ନଦୀ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହା ନିକଟକୁ ଗଲେ ମଣିଷ ଜଳିପୋଡ଼ି ପାଉଁଶ ହୋଇଯିବ।

ଭିଡିଓରେ ଯେଉଁ ନିଆଁର ନଦୀ ପ୍ରବାହିତ ହେଉଛି, ତାହା ଆଗ୍ନେୟଗିରିରୁ ବାହାରୁଥିବା ଲାଭା ଜଳୁଛି। ନାଲି ରଙ୍ଗର ଲାଭା ଜଳୁଥିବା ଏକ ଶକ୍ତିଶାଳୀ ଝରଣାରେ ପ୍ରବାହିତ ହେଉଛି, ଯାହା ନଦୀରେ ପ୍ରବାହିତ ଜଳ ପରି ଦେଖାଯାଉଛି। କୁହାଯାଉଛି, ଏହି ଭିଡିଓ ହାଓ୍ବାଇର ବିଗ୍‌ ଦ୍ୱୀପରେ ଥିବା କିଆଉଆ ଆଗ୍ନେୟଗିରିରୁ ପ୍ରବାହିତ ଲାଭା ଅଟେ। ଏହି ଆଗ୍ନେୟଗିରି ଦୁନିଆର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ତାଲିକାରେ ଆସିଛି। କିଆଉଆ ପର୍ବତ ପ୍ରାୟତଃ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଥାଏ।

Share