ସଙ୍କଟଜନକ ସ୍ଥିତିରେ ନଦୀ

ଦେଶରେ ୩୫୧ ନଦୀର ଜଳ ପ୍ରଦୂଷିତ ହୋଇଥିବାବେଳେ ସେଥି ମଧ୍ୟରେ ଓଡ଼ିଶାର ୧୮ଟି ନଦୀ ରହିଛି। ବିଶେଷ କରି ସହରାଞ୍ଚଳରୁ ପ୍ରତିଦିନ ନିର୍ଗତ ହେଉଥିବା ବର୍ଜ୍ୟଜଳ ଯୋଗୁ ନଦୀଜଳ ପ୍ରଦୂଷିତ ହୋଇ ବିଷାକ୍ତ ପାଲଟୁଛି। ଯେଉଁଥିପାଇଁ ଅଧିକାଂଶ ସମୟରେ ଲୋକେ ଚର୍ମରୋଗ ଓ ଜଳବାହିତ ରୋଗର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ କେତେକ ଅଭିଯୋଗକୁ ଆଧାର କରି ଜାତୀୟ ସବୁଜ ପ୍ରାଧିକରଣ ପକ୍ଷରୁ ୨୦୧୮ରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ କରାଯାଉଛି।
ସରକାରୀ ତଥ୍ୟ ହିସାବରେ, ରାଜ୍ୟର ସହରାଞ୍ଚଳଗୁଡ଼ିକରୁ ପ୍ରତିଦିନ ୮୮୦ ନିୟୁତ ଲିଟରରୁ ଊର୍ଦ୍ଧ୍ୱ ବର୍ଜ୍ୟଜଳ ନିର୍ଗମନ ହେଉଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟର ବ୍ୟବସ୍ଥା କରାଯାଇଛି। କଟକର କାଠଯୋଡ଼ି ନଦୀ ଅଞ୍ଚଳରେ ବିଶୋଧନ ବର୍ଜ୍ୟ ନିଷ୍କାସନ ପାଇଁ ପ୍ରକଳ୍ପ ଅଞ୍ଚଳ ଚିହ୍ନଟ ହୋଇଛି। ଏଥିପାଇଁ ଭୁବନେଶ୍ୱର ଓ କଟକ ଅଞ୍ଚଳର ଜନବସତି ଏବଂ ବର୍ଜ୍ୟ ନିର୍ଗମନକୁ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରସ୍ତୁତ ହୋଇଛି, ହେଲେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ।
ସରକାରଙ୍କ ପରିବେଶ ନିୟନ୍ତ୍ରଣ ନୀତିର ଖୋଲା ଖୋଲି ଉଲ୍ଲଂଘନ କରାଯାଇ ନାଗାବଳୀ ନଦୀ ଶଯ୍ୟାରୁ ଖନନ କରାଯାଉଛି। ଏହାଦ୍ୱାରା ନଦୀର ଜଳଧାରଣ କ୍ଷମତା କମିବାରେ ଲାଗିଛି। ରାଜ୍ୟର ଅନ୍ୟତମ ପୁଣ୍ୟତୋୟା ବୈତରଣୀ ନଦୀ ଏବେ ବିପଦରେ। ଏହା ପୋତିହେବାକୁ ବସିଛି। ନଦୀ ପାର୍ଶ୍ୱରେ ଖଣି ଖନନ, କମ୍ପାନୀର ବର୍ଜ୍ୟବସ୍ତୁ ନଦୀକୁ ଛାଡ଼ିବା ଓ ମୃତ୍ତିକା କ୍ଷୟ ଏହାର ମୁଖ୍ୟ କାରଣ ବୋଲି ଖଣି ମହାଦୁର୍ନୀତି ତଦନ୍ତ କରୁଥିବା ଶାହା କମିଶନ ରିପୋର୍ଟରେ ଦର୍ଶାଇଥିଲେ। କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅଧୀନ ଗୋନାସିକା ପାହାଡ଼ରୁ ବୈତରଣୀ ବାହାରି ପ୍ରାୟ ୩୫୦ କି.ମି. ଅତିକ୍ରମ କରି ଭଦ୍ରକ ଜିଲା ଦେଇ ବଙ୍ଗୋପସାଗରରେ ମିଶିଛି। ବୈତରଣୀର ବାମ ପାର୍ଶ୍ୱରୁ ୩୫ ଓ ଡାହାଣ ପାର୍ଶ୍ୱରେ ୩୦ ନାଳ, ଝରଣା ଆଦି ମିଶୁଥିବାବେଳେ ସେ ସବୁ ମଧ୍ୟ ପ୍ରଦୂଷିତ ହେଉଛି। ବହୁ ଖଣି ସଂସ୍ଥା ଓ କମ୍ପାନୀ ଆଇନକୁ ଫାଙ୍କି ଅବିଚାରିତ ଖଣି ଖନନ ଓ ଶିଳ୍ପ ଚଳାଇ ଆସୁଛନ୍ତି। ସେ ସବୁରୁ ନିର୍ଗତ ବର୍ଜ୍ୟବସ୍ତୁର ପରିଚାଳନା ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ନଦୀରେ ମିଶୁଛି।
ଦିନ ଥିଲା ଶ୍ରୀକ୍ଷେତ୍ର ପୁରୀର ପ୍ରମୁଖ ଜଳଉତ୍ସ ତଥା ଜୀବନ ରେଖା ଭାବେ ପରିଚିତ ଥିଲା ଐତିହ୍ୟସମ୍ପନ୍ନ ମୂଷାନଈ। ଏହା ଏବେ ଜମି ମାଫିଆଙ୍କ କବଳରେ ପଡ଼ି ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ହୁଳୁହୁଳିଆ ପୋଲ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଜବରଦଖଲ ହେବା ଫଳରେ ମୂଷାନଈ ସଙ୍କୁଚିତ ହୋଇଗଲାଣି। ନଦୀ ପ୍ରବାହିତ ହେବାପାଇଁ ଖାଲିସ୍ଥାନ ନ ଥିବାରୁ ଏହା କ୍ରମଶଃ ପୋତି ହୋଇପଡ଼ୁଛି। ମୂଷାନଈର ପ୍ରଥମ ନାମ ଥିଲା ଅଠରନଳା ନଦୀ। ଭାର୍ଗବୀ ନଦୀର ଶାଖା ମୂଷାନଈ ହୁଳୁହୁଳିଆ ପୋଲ ଦେଇ ଅଠରନଳା ତଳେ ଯାଇ ମଙ୍ଗଳା ନଦୀରେ ମିଶିଥିଲା। ସରକାରୀ ସ୍ତରରେ ମୂଷାନଈର ପୁନରୁଦ୍ଧାର ପାଇଁ ୨୦୦୫ରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ରା ତାହା ଫଳପ୍ରଦ ହୋଇ ପାରିନାହିଁ।
ଅନୁଗୋଳ ଜିଲା ତାଳଚେର ସହରର ଜୀବନ ରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀରେ ବହଳିଆ କଳାପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ତାଳଚେର କୋଲଫିଲ୍‌ଡର କୋଇଲା ଗୁଣ୍ଡମିଶା କଳାପାଣି ବଙ୍ଗାରୁ ଯୋର ଦେଇ ବ୍ରାହ୍ମଣୀରେ ମିଶିଛି, ଆଉ ନଦୀର ଉପର ମୁଣ୍ଡରେ ଥିବା କାରଖାନାରୁ ରାସାୟନିକ ପଦାର୍ଥ ମିଶ୍ରିତ ପାଣି ନଦୀରେ ଆସୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ଜୀବନ ରେଖା ସାଜିଥିବା ବଂଶଧାରା ନଦୀ ଏବେ ବାଲୁକା ଶଯ୍ୟାରେ ପରିଣତ ହେବାକୁ ଯାଉଛି। ୨୦୦୫ରେ ସରକାର ବଂଶଧାରା, ଋଷିକୁଲ୍ୟା ନଦୀ ସଂଯୋଗୀକରଣ ନିମନ୍ତେ ଉପରମୁଣ୍ଡ ଗୁଡ଼ାରିଠାରେ ଶିଳାନ୍ୟାସ କରିଥିଲେ। ଇତି ମଧ୍ୟରେ ୧୮ବର୍ଷ ଅତିକ୍ରମ ହୋଇସାରିଥିଲେ ମଧ୍ୟ ଏହା ଶିଳାନ୍ୟାସରେ ହିଁ ସୀମିତ ରହିଛି।
କେନ୍ଦ୍ରାପଡ଼ାର ଗୁପ୍ତ ଗଙ୍ଗା ଭାବେ ପରିଚିତ ଗୋବରୀ ନଦୀ ନିଜ ଅସ୍ତିତ୍ୱକୁ ନେଇ ଏବେ ସଂଗ୍ରାମ କରୁଛି। ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମର ୫ଲକ୍ଷ ଲୋକଙ୍କ ଜୀବିକା ସହ ଗୋବରୀ ଜଡ଼ିତ ରହିଆସିଛି। ଗୋବରୀ ନଦୀ ପଠାର ଏକାଧିକ ସ୍ଥାନରେ ମାଟି ତାଡ଼ିହୋଇଯିବାରୁ ନଦୀବନ୍ଧ କେଉଁ ଆଡ଼େ ଲୁଚିଗଲାଣି। ନଦୀର ଜଳସ୍ତର ଆସି ଭୂପତନ ସହ ମିଶିଗଲାଣି। ପୌରାଣିକ ଓ ଐତିହାସିକ ମାନ୍ୟତା ବହନ କରୁଥିବା ଜୀରାନଦୀ ଆଜି ସ୍ଥିତି ହରାଇବାକୁ ବସିଲାଣି। ନଦୀ ପଠା ଜବରଦଖଲ, ନଦୀ ଭିତରେ ବେଆଇନ ରାସ୍ତାଘାଟ ନିର୍ମାଣ, ମନ୍ଦିର ଓ ଶ୍ମଶାନ ନଁାରେ ଜମି ଜବରଦଖଲ ଯୋଗୁ ନଦୀ ତା’ର ପ୍ରାକୃତିକ ଉତ୍ସ ହରାଇଛି। ନଦୀବକ୍ଷରେ ଏକ ଆନିକଟ୍‌ର ଆବଶ୍ୟକତା ରହିଛି। ଇତିହାସ ଓ ପୁରାଣ ବର୍ଣ୍ଣନାରେ ପ୍ରାଚୀ ନଦୀର ସ୍ଥାନ ସ୍ବତନ୍ତ୍ର। କଟକ ନରାଜଠାରୁ ମହାନଦୀରୁ ସୃଷ୍ଟି ପ୍ରାଚୀ ନଦୀକୁ ପୂର୍ବ ଭାରତର ସରସ୍ବତୀ ଭାବେ ସମ୍ବୋଧନ କରାଯାଇଥାଏ। ଗବେଷକଙ୍କ ମତ ଅନୁଯାୟୀ କପିଳମୁନିଙ୍କ କମଣ୍ଡଳରୁ ପ୍ରାଚୀ ଆବିର୍ଭୂତ ହୋଇଥିବାର ବିଶ୍ୱାସ କରାଯାଏ। ତେବେ ଏହି ଐତିହ୍ୟସମ୍ପନ୍ନ ପ୍ରାଚୀ ନଦୀ ପ୍ରାୟ ଅସ୍ତିତ୍ୱ ହରାଇ ଧରାପୃଷ୍ଠରୁ ନିଶ୍ଚିହ୍ନ ହେବାକୁ ବସିଛି। ଅବରୋଧ ଓ ଜବର ଦଖଲ କରାଯିବା ଯୋଗୁ ଅଟକି ଯାଇଛି ପ୍ରାଚୀ ନଦୀର ଗତପଥ। ବିଭିନ୍ନ ବର୍ଜ୍ୟବସ୍ତୁ ନଦୀକୁ ଛଡ଼ାଯାଉଛି।
କଳାହାଣ୍ଡିରେ ପ୍ରବାହିତ ନଦନଦୀମାନଙ୍କ ମଧ୍ୟରେ ରେତ ଏକ ପ୍ରମୁଖ ନଦୀ। ଭବାନୀପାଟଣା ଉପଖଣ୍ଡବାସୀଙ୍କ ପାଇଁ ରେତ ଜୀବନ ରେଖା ସଦୃଶ। ଏହା ନର୍ଲାରୁ ପ୍ରବାହିତ ହୋଇ ଲାଞ୍ଜିଗଡ଼ ବ୍ଲକ ମଧ୍ୟ ଦେଇ କେସିଙ୍ଗା ବ୍ଲକର ବାହାଦୁର ପଦର ନିକଟରେ ତେଲନଦୀରେ ମିଶିଛି। ନଦୀଗର୍ଭ କ୍ରମେ ପୋତି ହେବାସହ ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତି ଯଦି ଲାଗୁ ରହେ ତେବେ ଏହା ନିଶ୍ଚୟ ଭାବେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ରହିଛି। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତା’ ପଛରେ ମୁଖ୍ୟ କାରଣ ହେବ ଜଳସଙ୍କଟ। ଏଥିପାଇଁ ନଦୀ ସୁରକ୍ଷା ଦରକାର।

  • ପଞ୍ଚାନନ ଅଗ୍ରୱାଲ
    ରାଧିକା ଟାୱାର, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର
    ମୋ :୯୭୭୭୭୪୪୦୭୧

Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri