ସୁଶାନ୍ତଙ୍କ ଘର ଛାଡିବା ପରେ ମହେଶ ଭଟ୍ଟଙ୍କୁ ଏଭଳି ମେସେଜ୍‌ କରିଥିଲେ ରିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ସତ୍ୟ ପଦାକୁ ଆସୁଛି। ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ସେ ସୁଶାନ୍ତଙ୍କ ସହ ଅନେକ ଦିନରୁ ଲିଭ୍‌ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ଜୁନ୍‌ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିବାବେଳେ ରିୟା ତାଙ୍କ ଘର ଛାଡି ଜୁନ୍‌ ୮ରେ ପଳାଇଥିଲେ। ଉଭୟଙଙ୍କ ମଧ୍ୟରେ ଝଗଡା ହେବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ସୁଶାନ୍ତଙ୍କ ଘର ଛାଡିବା ପରେ ରିୟା ବଲିଉଡ୍‌ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ କଥା ହୋଇଥିଲେ। ଏବେ ଉଭୟଙ୍କ ହ୍ବାଟ୍ସଆପ୍‌ ଚ୍ୟାଟ୍‌ ଭାଇରାଲ ହୋଇଛି। ଯେଉଁଥିରେ ସେ ଲେଖିଥିଲେ, ଆୟେଶା ଏବେ ଉଚ୍ଚ ଅଭିଳାଶ ନେଇ ଆଗକୁ ବଢିବ ସାର୍‌,ଆପଣଙ୍କ ଶେଷ ମେସେଜ୍‌ ମୋ ଆଖି ଖୋଲି ଦେଇଛି। ଆପଣ ମୋ ପାଇଁ ପୂର୍ବରୁ ଶୁଭଚିନ୍ତକ ଥିଲେ ଏବେ ମଧ୍ୟ ଅଛନ୍ତି। ଏହାର ଜବାବରେ ମହେଶ ଲେଖିଥିଲେ ଏବେ ପଛକୁ ଫେରି ଦେଖିବ ନାହିଁ। ଯାହା କେବେ ହୋଇପାରିବ ନାହିଁ ତାହା କରିକି ଏବେ ଦେଖାଅ। ଆଶା କରେ ତୁମ ପିତା ଖୁସି ହେବ ବୋଲି ସେ ଲେଖିଥିଲେ।  ସୂଚନାଯୋଗ୍ୟ, ମହେଶ ଭଟ୍ଟଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ଜଲେବିରେ ରିୟା ଅଭିନୟ କରିଥିଲେ। ସେଥିରେ ତାଙ୍କ ଚରିତ୍ର ନାମ ଥିଲା ଆୟେଶା।

Share