ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରଶଂସକ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନିରନ୍ତର ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। ଏହା ସହିତ କଳାକାରମାନଙ୍କୁ ମଧ୍ୟ ନେପୋଟିଜିମ୍ ପାଇଁ ଟାର୍ଗେଟ କରାଯାଉଛି। ଏ ନେଇ ହେଉଛି ଅନେକ ବଡ଼ ତାରକା ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।
ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେତେକ ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ମଧ୍ୟ କରିଛନ୍ତିି। ଏହି କାରଣରୁ ରିୟାଙ୍କୁ ଟୁଇଟରରେ ଅନେକ ଥର ଟ୍ରୋଲ ହେବାକୁ ପଡ଼ିଛି। ଏଭଳି ସମସ୍ୟାର ମୁକାବିଲା ପାଇଁ ରିୟା ଏକ ବଡ ନିଷ୍ପତ୍ତି ନେଇଛନ୍ତି।
ରିୟା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ସେଟିଂକୁ ବଦଳାଇ ଏଥିରେ ଥିବା କମେଣ୍ଟ ଅପ୍ଶନ୍ ବନ୍ଦ କରିଛନ୍ତି। ବର୍ତ୍ତମାନ କେହି ତାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପାରିବେ ନାହିଁ କିମ୍ବା କୌଣସି ପ୍ରକାର ପ୍ରଶ୍ନ ପଚାରିପାରିବେ ନାହିଁ । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ରିୟା ସୋସିଆଲ ମିଡିଆରେ ସକ୍ରିୟ ନ ଥିଲେ।