ରିୟାଙ୍କ ନୂଆ ଦାବି: ସୁଶାନ୍ତଙ୍କ ସମ୍ପତ୍ତି ଭାବରେ ପାଖରେ ଅଛି କେବଳ ଡାଏରୀ, ସିପର୍‌

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଇତିମଧ୍ୟରେ ସେ ଇଡି ଅଫିସରେ ହାଜର ହୋଇସାରିଛନ୍ତି। ଟଙ୍କା ହେରଫେରକୁ ନେଇ ଇଡି ତଦନ୍ତ କରୁଥିବା ବେଳେ ରିୟାଙ୍କ ସହ ପୁରା ପରିବାର ବିବାଦକୁ ଆସିଛି। ଏସବୁ ମଧ୍ୟରେ ରିୟା ସୁଶାନ୍ତଙ୍କ ଡାଏରୀର କିଛି ପୃଷ୍ଠା ଶେୟାର କରିଛନ୍ତି। ସେଥିରେ ସୁଶାନ୍ତ ସେ ଓ ତାଙ୍କ ପରିବାର ଉଦ୍ଦେଶ୍ୟରେ କିଛି କଥା ଲେଖିଥିବା ସେ ଦାବି କରିଛନ୍ତି।

ରିୟା କହିଛନ୍ତି, ସୁଶାନ୍ତଙ୍କ ସ୍ମୃତି ଏବଂ ସମ୍ପତ୍ତି ଭାବରେ ତାଙ୍କ ପାଖରେ କେବଳ ଏହି ଡାଏରୀ ଅଛି। ଏଥିରେ ସୁଶାନ୍ତ, ସେ ଏବଂ ତାଙ୍କ ପରିବାର ବିଷୟରେ ଲେଖିଥିଲେ। ସେ ନିଜ ଜୀବନ ପାଇଁ ଆଭାର ପ୍ରକଟ କରିଛନ୍ତି। ଏହାଛଡ଼ା ଲିଲ୍ଲୁ, ବେବୁ, ସାର୍‌, ମ୍ୟାଡାମ୍‌ ଏବଂ ଫଜ୍‌ଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ ରହିଛି।

ଏ ନେଇ ସ୍ପଷ୍ଟିକରଣ ଦେଇ ରିୟା କହିଛନ୍ତି, ଲିଲ୍ଲୁ ହେଉଛନ୍ତି ଶୋଭିକ। ବେବୁ ମାନେ ମୁଁ। ସାର୍‌ ଅର୍ଥ ମୋର ବାପା। ମ୍ୟାଡାମ୍‌ ମୋ ମା’। ଫଜ୍‌ ସୁଶାନ୍ତଙ୍କ ପୋଷା କୁକୁରର ନାମ। ତେବେ ରିୟା ନିଜ ଓକିଲ ଜରିଆରେ ଏହି ପୃଷ୍ଠାକୁ ଶେୟାର କରିଛନ୍ତି। ଏହି ଡାଏରୀ ଛଡ଼ା ତାଙ୍କ ପାଖରେ ସୁଶାନ୍ତଙ୍କ ସ୍ମୃତି ଭାବେ ଏକ ସିପର୍‌ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନର ୩ ମାସ ବିତିଲା, ମରାମତି ନୋହିଲା: ବିପଦରେ ବଙ୍ଗରଦୁଆ ଘାଟି ରାସ୍ତା

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ): ଚଳିତ ବର୍ଷା ଦିନ ଆରମ୍ଭରୁ କନ୍ଧମାଳ ଜିଲାର ଏକାଧିକ ରାସ୍ତା ତଥା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ହେଉ କି ବ୍ଲକ ହେଡ଼...

ବେଧଡକ ଗଛକଟା ଅଭିଯୋଗ: ତାତିଲେ ମହିଳା

ଅମରପାଲି,୧୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାର ଉଭୟ ପାଶର୍‌ବରେ ଓ ସଂରକ୍ଷିତ ଜଙ୍ଗଲରେ...

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ା,୧୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ। ଆୟର୍ବହିଭୂତ୍ତ ସମ୍ପତ୍ତି...

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ...

ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ...

ନିଯୁକ୍ତି ଠକେଇ ଅଭିଯୋଗରେ SSB କନେଷ୍ଟବଳ ଗିରଫ

ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର...

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର...

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image