ପ୍ରେମରେ ପଡ଼ିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ଏବେ କିନ୍ତୁ କୌଣସି ବିବାଦ ନୁହେଁ ବରଂ ରିୟା ନିଜ ଲଭ୍‌ ଲାଇଫ୍‌ରେ ଆଗକୁ ବଢ଼ିଥିବା କଥାକୁ ନେଇ ଇଣ୍ଡଷ୍ଟ୍ରିରେ ଏହି ଆଲୋଚନା। ରିୟାଙ୍କ ନାମ ଯୋଡ଼ି ହୋଇଛି ବଣ୍ଟି ସଜଦେହଙ୍କ ସହିତ। ବଣ୍ଟି ହେଉଛନ୍ତି ସାହେଲ ଖାନ୍‌ଙ୍କ ପୂର୍ବତନ ସ୍ତ୍ରୀ ସୀମା ସଜଦେହଙ୍କ ଭାଇ। ପ୍ରକାଶିତ ରିପୋର୍ଟ ମୁତାବକ ରିୟା ଓ ବଣ୍ଟି ନିଜ ରିଲେଶନ୍‌ସିଶିପ୍‌କୁ ଗୋପନୀୟ ରଖିଛନ୍ତି। ଦୁହେଁ ଏବେ ଏକାଠି ଅନେକ ସ୍ଥାନରେ ଦେଖାଯାଉଛନ୍ତି। କିନ୍ତୁ ରିଲେଶନ୍‌ଶିପ୍‌ ର୍ୟୁମରକୁ ନେଇ ରିୟା କି ବଣ୍ଟି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ଫିଲ୍ମ ଅଭିନେତା ତଥା ରିୟାଙ୍କ ଏକ୍ସ ବୟଫ୍ରେଣ୍ଡ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ପରେ ରିୟାଙ୍କ ଅନେକ ବିବାଦରେ ଛନ୍ଦି ହୋଇଯାଇଥିଲେ। ସୁଶାନ୍ତଙ୍କ ବାପା କେ.କେ. ସିଂ ରିାଙ୍କ ବିରୋଧରେ ବହୁ ସଙ୍ଗିନ ଅଭିଯୋଗ ଆଣିଥିଲେ। ସୁଶାନ୍ତଙ୍କ ରୋଜଗାରରେ ରିୟାଙ୍କ ପରିବାର ଚଳିବା ସହ ପାଖାପାଖି ୧୫ କୋଟି ଟଙ୍କା ସେ ସୁଶାନ୍ତଙ୍କ ଆକାଉଣ୍ଟରୁ ହେର୍‌ଫେର୍‌ କରିଥିବା ଅଭିଯାଗ ସାମ୍ନାକୁ ଆସିଥିଲା। ତଦନ୍ତକାରୀ ଏଜେନ୍ସି ରିୟାଙ୍କୁ ବହୁବାର ଜେରା କରିଥିବାବେଳେ ଏ ଘଟଣାରେ ବଣ୍ଟିଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିଲା। ତେବେ ରିୟାଙ୍କୁ ତାଙ୍କ ପ୍ରତ୍ୟେକ ଘଡ଼ିସନ୍ଧି ମୁହୂର୍ତ୍ତରେ ବଣ୍ଟି ସହଯୋଗ କରୁଥିବା ଯୋଗୁ ଦୁହିଁଙ୍କ ଭିତରେ ଘନିଷ୍ଠତା ବଢ଼ିଯାଇଥିବା କୁହାଯାଉଛି।

Share