ମୁମ୍ବାଇ, ୭।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହି ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ସୋମବାର ମୁମ୍ବାଇ ପୋଲିସ ଷ୍ଟେଶନରେ ମାମଲା ଦାୟର କରିଛନ୍ତି। ଏଥିସହିତ ରାମ ମନୋହର ଲୋହିୟା ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ସମେତ କିଛି ଲୋକଙ୍କ ନାମରେ ମଧ୍ୟ ମାମଲା ଦେଇଛନ୍ତି। ଜାଲିଆତି, ଏନଡିପିଏସ ଆକ୍ଟ ଏବଂ ଟେଲି ମେଡିସିନ ପ୍ରାକ୍ଟିସ ଗାଇଡଲାଇନ ୨୦୨୦ ବିରୋଧରେ ରିୟା ଏହି ମାମଲା ଦାୟର କରିଛନ୍ତି।