ଜେଲ୍‌ରୁ ଆସିବା ପରେ ଏମିତି ବଦଳିଗଲେଣି ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ହଳଦିଆ ରଙ୍ଗର କୁର୍ତ୍ତୀ ପିନ୍ଧିଥିବା ନଜର ଆସିଛନ୍ତି। ଏଥିସହ ହାତରେ ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଲିଖିତ ‘ଗୀତାଞ୍ଜଳି’ ପଢୁଥିବା ଦେଖିବାକୁ ମିଳିଛି। ରିୟା ଲେଖିଛନ୍ତି, ପ୍ରଶ୍ନ ଏବଂ କାନ୍ଦ। ଓଃ କେଉଁଠାରେ। ହଜାରେ ସ୍ରୋତ ଲୁହରେ ତରଳିଯାଏ। ବିଶ୍ୱାସର ବନ୍ୟାରେ ବୁଡ଼ିଗଲି। ମୁଁ ରବୀନ୍ଦ୍ରନାଥ ଟାଗୋର, ଗୀତାଞ୍ଜଳି# ରକ୍ଷକ।

କିଛି ମିନିଟ୍‌ ମଧ୍ୟରେ ତାଙ୍କର ଘନିଷ୍ଠ ବାନ୍ଧବୀ ଶିବାନୀ ଦାଣ୍ଡେକର ଏକ ହାର୍ଟ ଇମୋଜି ଦେଇ ଲେଖିଛନ୍ତି, ତୁମକୁ ବହୁତ ଭଲ ପାଏ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ମୁମ୍ବାଇର ବାଇକୁଲା ଜେଲ୍‌ରେ ଏକ ମାସ ବିତାଇବା ପରେ ମୁକୁଳିଥିଲେ। ଏବେ ଘରେ ରହି ବିଭିନ୍ନ ପ୍ରକାର ବହି ପଢ଼ାପଢ଼ି କରୁଛନ୍ତି।

Share