ପରଦାକୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ପରେ ସେ ବେଆଇନ ଡ୍ରଗ୍ସ ମାମଲାରେ ଜେଲ ଯାଇଥିଲେ। ଏସବୁ ହେବା ପରେ ରିୟା ଆଉ ପରଦାକୁ ଫେରିବେନି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଟିଭି ଶୋ’ ଏମଟିଭି ରୋଡିଜ-୧୯ରେ ସେ ଜଣେ ଗ୍ୟାଙ୍ଗଲିଡର ଭାବେ ନଜରକୁ ଆସିବେ। ତେବେ ନିର୍ମାତା ରିୟାଙ୍କ ଏକ ପ୍ରୋମୋ ରିଲିଜ୍‌ କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ତୃତୀୟ ଗ୍ୟାଙ୍ଗ ଲିଡର ବୋଲି ଦେଖାଯାଇଛି। ସେ କହିଛନ୍ତି, ଆପଣମାନେ କ’ଣ ଭାବିଥିଲେ, ମୁଁ ଆଉ ଆସିବିନି। ଡରିଯିବି। ଏବେ ମୁଁ ନୁହେଁ ଆଉ କିଏ ଡରିବ। ଅଡିସନରେ ଦେଖା ହେବା। ରିୟାଙ୍କ ଏହି ଭିଡିଓ ଦେଖି ଅନେକେ ଏହାକୁ ପସନ୍ଦ କରିଥିବା ଅନ୍ୟ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଶୋ’ରେ ଗ୍ୟାଙ୍ଗ ଲିଡର ପାଇଁ ଲୋକେ ନିର୍ମାତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

Share