ଟ୍ରାକ୍‌କୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦୀର୍ଘଦିନ ପରେ ଧିରେ ଧିରେ ଟ୍ରାକ୍‌କୁ ଫେରୁଥିବା ଜଣାପଡ଼ିଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ରିୟା ଅନେକ ବିବାଦ ଘେରରେ ଥିଲେ। ତେବେ ବର୍ତ୍ତମାନ ରିୟା ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଦେଖିବାକୁ ମିଳିଛି। ବହୁତ ଦିନ ପରେ ନିଜ କାମକୁ ଫେରି ଆସିଛନ୍ତି ରିୟା। ସେ ତାଙ୍କର ସବୁଠୁ ଭଲ ବାନ୍ଧବୀ ଶିବାନୀ ଦଣ୍ଡେକରଙ୍କ ବିବାହରେ ବହୁତ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟର ରିୟାଙ୍କ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରିୟାଙ୍କର ଏହି ଫଟୋଟି ବହୁତ୍‌ ହଟ୍‌ ହୋଇଛି। ଫଟୋରେ ଦେଖିବେ ରୟା ଏକ ଧୂସର ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଯାହା କ୍ରପ୍‌ ହୋଇଛି। ଅଣ୍ଟାରେ ହାତ ଦେଇ ଭିନ୍ନ ଏକ ପୋଜ୍‌ରେ ଫଟୋ ଉଠାଇଛନ୍ତି। ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଫଟୋ ଶେୟାର କରି ରିୟା କ୍ୟାପଶନରେ ଲେଖିଛନ୍ତି, ‘କାହାକୁ ତୁମର ଗ୍ଲାମର ନଷ୍ଟ କରିବାକୁ ଦିଅ ନାହିଁ’।

Share