Categories: ଖେଳ

ଆଇପିଏଲ୍ ପୂର୍ବରୁ ସମାଲୋଚକଙ୍କ ମୁହଁ ବନ୍ଦ କଲେ ରିୟାନ୍ ପରାଗ, ରଣଜୀରେ ହାସଲ କଲେ ଦ୍ରୁତତମ ଶତକ

ନୂଆଦିଲ୍ଲୀ,୮।୧: ଆସାମ କ୍ରିକେଟର ରିୟାନ ପରାଗ ଇତିହାସ ସୃଷ୍ଟି କରିଛନ୍ତି। ରଣଜୀ ଟ୍ରଫି ମ୍ୟାଚରେ ରିୟାନ୍ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଛତିଶଗଡ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ରଣଜୀ ଟ୍ରଫି ଇତିହାସରେ ଏହା ହେଉଛି ଦ୍ୱିତୀୟ ଦ୍ରୁତତମ ଶତକ। ଏହି ମ୍ୟାଚ୍‌ରେ ରିୟାନ୍ ପରାଗ ୮୭ ବଲରେ ୧୫୫ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୧୧ ଚୌକା ଓ ୧୨ ଛକା ମାରିଥିଲେ। ତେବେ ଏହି ମ୍ୟାଚରେ ରିୟାନ୍ ପରାଗଙ୍କ ଦଳ ଆସାମକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଛତିଶଗଡ ଆସାମକୁ ୧୦ ୱିକେଟରେ ପରାସ୍ତ କରିଛି।

ରଣଜୀ ଟ୍ରଫି ଇତିହାସରେ କମ୍ ବଲରେ ଶତକ ହାସଲ କରିବାର ରେକର୍ଡ ରହିଛି। ଋଷଭ ପନ୍ତ ମାତ୍ର ୪୮ ବଲରେ ଶତକ ହାସଲ କରିବାର ସଫଳତା ହାସଲ କରିଥିଲେ। ୨୦୧୬ ମସିହାରେ ଝାଡ଼ଖଣ୍ଡ ବିପକ୍ଷରେ ଋଷଭ ପନ୍ତ ଏହି ସଫଳତା ହାସଲ କରିଥିଲେ। ତେବେ ବର୍ତ୍ତମାନ ରିୟାନ୍ ପରାଗ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ, ନମନ୍ ଓଝା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ୬୯ ବଲରେ ନମାନ ଶତକ ହାସଲ କରିଥିଲେ। ୨୦୧୪ ମସିହାରେ କର୍ଣ୍ଣାଟକ ବିପକ୍ଷରେ ନମାନ ଏହି ଶତକ ହାସଲ କରିଥିଲେ।

Share