Categories: ଖେଳ

ଟିମ୍‌ରେ ସ୍ଥାନ ମିଳିଲାନି ବୋଲି କ୍ରିକେଟର ଖପ୍ପା: କହିଲେ-‘ଟି୨୦ ବିଶ୍ୱକପ୍‌ ଦେଖିବି ନାହିଁ’

ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ବାହାବାଃ ସାଉଁଟିଥିବା ରିୟାନ ପରାଗ ଏକ ଚମକାଇବା ଭଳି ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ଚୟନ କରାଯାଇ ନ ଥିବାରୁ ସେ ଅବଶୋଷ ଜାହିର କରିଛନ୍ତି। ଏପରିକି ବିଶ୍ୱକପ୍‌ ନ ଦେଖିବା ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଲାଗି ଭଲ ପ୍ରଦର୍ଶନ ପରେ ଭାରତ ପାଇଁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବେ ବୋଲି ରିୟାନ ଆଶାବାଦୀ ଥିଲେ। ହେଲେ ତାହା ନ ହେବାରୁ ସେ ଟୁର୍ନାମେଣ୍ଟ ଦେଖିବାର ଇଚ୍ଛା ମରିଯାଇଥିବା କହିଛନ୍ତି। ଏପରିକି ତାଙ୍କୁ ଟପ୍‌ ୪ ସେମିଫାଇନାଲିଷ୍ଟଙ୍କ ବିଷୟରେ ପଚରାଯିବାରେ ସେ କହିଛନ୍ତି ଯେ, ଯେତେବେଳେ ମୁଁ ବିଶ୍ୱକପ୍‌ ଖେଳିବି, ଶୀର୍ଷ ୪ ଏବଂ ସବୁକିଛି ବିଷୟରେ ଚିନ୍ତା କରିବି। ଏହି ଜବାବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କହିରଖୁଛୁ, ଚିରାଗ ୨୦୨୪ ଆଇପିଏଲ୍‌ରେ ୫୨.୦୯% ଏବ ୧୪୯.୨୧ର ଷ୍ଟ୍ରାଇକ୍‌ ରେଟ୍‌ ସହିତ ୫୭୩ ରନ୍‌ କରିଥିଲେ। ଏହାକୁ ନେଇ ଭବିଷ୍ୟତରେ ତାଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିବ ବୋଲି କୁହାଯାଉଛି।

Share