Categories: ଖେଳ

ଆଜି ନିଜ ପଡ଼ିଆରେ ଖେଳିବେ ରିଆନ

ଗୁଆହାଟୀ,୫ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଆର୍‌ଆର୍‌ ଏବଂ ପିବିକେଏସ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୦୨୩ର ଅଷ୍ଟମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗ୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍‌ ଜିତିଥିଲେ। ଉଭୟ ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିବେ। ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଆଜିର ମ୍ୟାଚ୍‌ ଅନୁଷ୍ଠିତ ହେବ। ସବୁଠୁ ବଡ଼ କଥା ହେଲା ଏହା ରିଆନ ପରାଗଙ୍କ ନିଜ ମାଟି। ଆର୍‌ଆର୍‌ ୨୦୧୯ଠାରୁ ଲିଗ୍‌ ଖେଳୁଥିବା ରିଆନ ଆଶା କରାଯାଉଥିବା ପରି ମାର୍କ ରଖିନାହାନ୍ତି। ସେ ହାରାହାରି ୧୬.୫୩ରେ ୪୮ଟି ମ୍ୟାଚ୍‌ରେ ହାରାହାରି ମାତ୍ର ୫୨୯ ରନ୍‌ ଏବଂ ଷ୍ଟ୍ରାଇକ୍‌ ହାର ୧୨୫ ରନ୍‌ କରିଛନ୍ତି। ଏଥି ସହ ସେ ବୋଲିଂରେ ମାତ୍ର ୪ ଓ୍ବିକେଟ ହାସଲ କରିଛନ୍ତି। ତେବେ ଘରୋଇ ପଡ଼ିଆରେ ରାଜସ୍ଥାନ ତାଙ୍କଠାରୁ ମ୍ୟାଚ୍‌ ଜିତିବାର ଆଶା ରଖିଛି।

Share