ସୋସିଆଲ ମିଡିଆରେ ରିୟାଙ୍କ ଲମ୍ବାଚଉଡ଼ା ପୋଷ୍ଟ, ଏଥିରେ ଲେଖାଅଛି ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିଥିଲେ। ମାତ୍ର ଏହି କିଛିଦିନ ହେବ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ରିୟା ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛନ୍ତି। ସୋସିଆଲ ମିଡିଆରେ ରିୟା ପୂର୍ବରୁ ଅନେକ ଥର ଟ୍ରୋଲ ବି ହୋଇଛନ୍ତି। ଏବେ ପ୍ରଶଂସକମାନଙ୍କ ସହ କିଛି ବ୍ୟକ୍ତିଗତ ଜୀବନ ବିଷୟରେ ଅପ୍‌ଡେଟ୍‌ ଶେୟାର କରୁଛନ୍ତି।

କିଛିଦିନ ପୂର୍ବରୁ ରିୟା କହିଥିଲେ, ତାଙ୍କ ଅଙ୍କଲଙ୍କ କରୋନାରେ ନିଧନ ହୋଇଥିଲା। ସେ ତାଙ୍କ ଅଙ୍କଲଙ୍କ ଫଟୋ ଶେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଲମ୍ବାଚଉଡ଼ା ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ପାଖରେ ଠିଆ ହୋଇ କେତେ ଖୁସି ମିଳୁଛି ଦେଖ।

ରିୟା ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ମୁଁ ଆପଣମାନଙ୍କୁ କହିପାରିବି ନାହିଁ। ଏହି କଷ୍ଟ ସମୟରେ ଆପଣ ସମେସ୍ତ ଏକାଠି ଠିଆ ହୋଇଥିବା ଦେଖି ମୁଁ ଗର୍ବ ଅନୁଭବ କରେ। ଏହା ଇତିହାସ ରଚିବ। ଭିନ୍ନ ପ୍ରକାରରେ ଲୋକ ଏକାଠି ହେଉଛନ୍ତି। ଜଣେ ଜଣଙ୍କୁ ସାହାଯ୍ୟ କରୁଛନ୍ତି। ପରଖୁଛନ୍ତି। ଘୃଣା କରୁନାହାନ୍ତି, ଏକାଠି ଲଢ଼ୁଛନ୍ତି ଏକାଠି ଜିତିବେ ମଧ୍ୟ। ଏପରି ମାନବିକତା ପୁଣି ଫେରି ଆସିବ। ଏହି ଯୁଦ୍ଧରେ ବିଶ୍ୱ ଜିତିବ। ବିଶ୍ୱାସ ରଖନ୍ତୁ।

Share