ମା’ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ତାଙ୍କ ସ୍ବାମୀ ଆର୍‌ଜେ ଅନମୋଲ ସୂଚନା ଦେଇଛନ୍ତି। ଏବେ ମା’ ଏବଂ ଶିଶୁ ସୁରକ୍ଷିତ ଅଛନ୍ତି। ଇସ୍କ ଭିସ୍କ, ମେଁ ହୁଁ ନା ଏବଂ ବିବାହ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଅମୃତା ୨୦୧୬ରେ ଅନମୋଲଙ୍କୁ ବିବାହ କରିଥିଲେ। କିଛିଦିନ ପୂର୍ବରୁ ଅମୃତା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଗର୍ଭବତୀ ଥିବାର ଫଟୋ ଶେୟାର କରିଥିଲେ। ବିବାହ ଫିଲ୍ମରେ ଶାହିଦ କପୁରଙ୍କ ସହ ଅମୃତାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାକୁ ଦୁହେଁ ଖଣ୍ଡନ କରିଥିଲେ। ପରେ ଶାହିଦ୍‌ ମୀରା ରାଜପୁତଙ୍କୁ ବିବାହ କରିଥିଲେ।

Share