Categories: ଜାତୀୟ

ବିହାର ରାଜନୀତି: ନୀତୀଶଙ୍କୁ ଫୋନ କଲେ ଲାଲୁ, ୨ଦିନ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ

ପାଟନା,୨୫।୧: ବିହାରରେ ରାଜନୈତିକ ସଙ୍କଟ ମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଗୁରୁବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଫୋନରେ କଥା ହୋଇଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି। ଅର୍ଥାତ୍‌ ଗୋଟିଏ କିମ୍ବା ଦୁଇ ଦିନ ପରେ ହିଁ ଜଣାପଡିବ ଯେ ବର୍ତ୍ତମାନର ସରକାର ଅକ୍ଷୁର୍ଣ୍ଣ ରହିବେ ନା ଜେଡିୟୁରୁ ଏନଡିଏକୁ ଫେରିବେ। ଏହି ସମୟରେ ଲାଲୁ ଯାଦବ ତାଙ୍କ ଦଳର ନେତା ଶିବାନନ୍ଦ ତିୱାରୀଙ୍କୁ ନୀତୀଶ କୁମାରଙ୍କ ସହ କଥା ହେବାକୁ ପଠାଇଛନ୍ତି। ଲଲନ ସିଂଙ୍କ ଠାରୁ ଦଳର କମାଣ୍ଡ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ନୀତୀଶ କୁମାର ଏନଡିଏରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲୁଥିଲା। ଯଦିଓ ଜେଡିୟୁ ନେତାମାନେ ଏନଡିଏରେ ଯୋଗଦେବା କଳ୍ପନାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ମଧ୍ୟ କର୍ପୁରୀ ଠାକୁରଙ୍କୁ ଭରତ ରତ୍ନ ଦେବାର ନିଷ୍ପତ୍ତି ନିଆଯିବା ମାତ୍ରେ ଏହି ଆଲୋଚନା ପୁଣିଥରେ ବୃଦ୍ଧି ପାଇଛି।

Share