Categories: ଜାତୀୟ

ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଟଙ୍କା ଜରିମାନା

ପାଟନା,୨୧ ।୨: ଗୋଖାଦ୍ୟ ଦୁର୍ନିତି ମାମଲାର ସବୁଠାରୁ ବଡ ତଥା ପଞ୍ଚମ ମାମଲାରେ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସିବିଆଇ କୋର୍ଟ ଦ୍ୱାରା ଏହି ଶୁଣାଣି କରାଯାଇଛି । ସିବିଆର ବିଶେଷ ଅଦାଲତ ୧୫ ଫେବୃୟାରୀକୁ ଲାଲୁଙ୍କ ସମେତ ୩୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଲାଲୁ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସିବିଆଇର ବିଶେଷ ଅଦାଲତ ଲାଲୁ ପ୍ରସାଦ ଯାଦବଙ୍କୁ ଆଇପିସି ଧାରା ୪୦୯, ୪୨୦, ୪୬୭,୪୬୮,୪୭୧ ସହ ଷଡଯନ୍ତ୍ର ସହ ଜଡିତ ଧାରା ୧୨୦ବି ଏବଂ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଧାରା୧୩(୨) ଅଧିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ସିବିଆଇ ପାଖାପାଖି ୧୭୦ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଥିଲା ।

Share