Advertisement

୨୦୨୪ରେ ହାରିବା ପରେ ବିଦେଶରେ ପିଜା, ମୋମୋର ମଜା ନେବେ ମୋଦି: ଲାଲୁ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ସେ ଚିନ୍ତିତ ଅଛନ୍ତି ତେଣୁ ସେ ବିଦେଶରେ ସ୍ଥାନ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି, ସେ ବାହାରକୁ ଯିବାକୁ ଯୋଜନା କରୁଛନ୍ତି, ତେଣୁ ସେ ବାରମ୍ବାର ବିଦେଶ ଯାତ୍ରା କରୁଛନ୍ତି।

ରବିବାର ଲାଲୁ ପ୍ରସାଦ ବିହାର ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଆଗାମୀ ଲୋକ ସଭା ନିର୍ବାଚନ ଏବଂ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ।

ଲାଲୁ କହିଛନ୍ତି, ମୋଦି ଜି ପଦ ଛାଡିବାକୁ ଯୋଜନା କରୁଛନ୍ତି … ସେଥିପାଇଁ ସେ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି। ସେ ବାହାରେ ଏକ ସ୍ଥାନ ଖୋଜୁଛନ୍ତି ଯେଉଁଠାରେ ସେ ଆରାମ କରିପାରିବେ ଏବଂ ପିଜା, ମୋମୋ ଏବଂ ଚାଉମିନର ଉପଭୋଗ କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share