Categories: ଜାତୀୟ

ଜମି ବଦଳରେ ଚାକିରି ଦେବା ମାମଲା: ଲାଲୁଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କଲା ଇଡି

ପାଟନା,୨୯।୧: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଇଡି ପଚରାଉଚରା ଶେଷ ହୋଇଛି। ଇଡି ତାଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ପଚରାଉଚରା ବେଳେ ଆରଜେଡି ଏମ୍‌ପି ତଥା ତାଙ୍କ ଝିଅ ମାସି ଭାରତୀଙ୍କ ସମେତ ବହୁ ନେତା ଓ କର୍ମୀ ସେଠାରେ ଉପସ୍ଥିତ ଥିଲେ। ଜମି ବଦଳରେ ଚାକିରି ଦେବା ମାମଲାରେ ଏହି ଯାଞ୍ଚ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଲାଲୁ ଯାଦବ ପାଟନାରେ ଇଡି ସମ୍ମୁଖରେ ହାଜର ହୋଇଥିଲେ। ଅନ୍ୟପଟେ ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୩୦ରେ ଇଡି ତେଜସ୍ବୀ ଯାଦବଙ୍କୁ ପଚରାଉଚରା ପାଇଁ ଡାକିଛି।

ଏହି ସମୟରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କହିଛନ୍ତି , ଯଦି ପିତାଙ୍କ ସହ କିଛି ଘଟେ ତେବେ ଏଥିପାଇଁ ଇଡି ଏବଂ ସିବିଆଇ ଦାୟୀ ରହିବ। ପ୍ରକାଶ ଯେ, ଲାଲୁ ଯାଦବ ୨୦୨୨ରେ କିଡ଼ନୀ ପ୍ରତିରୋପଣ କରିଥିଲେ। ତାଙ୍କ ଝିଅ ରୋହଣୀ ଆଚାର୍ଯ୍ୟ ତାଙ୍କ କିଡ଼ନୀ ଦାନ କରିଥିଲେ।

Share