Categories: ଜାତୀୟ

ତେଜସ୍ୱୀ-ଚିରାଗଙ୍କ ମେଣ୍ଟ ଦେଖିବାକୁ ଚାହାନ୍ତି ଲାଲୁ

ପାଟନା,୩ ।୮: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର କହିଛନ୍ତି ବିଗତ ଦିନରେ ଲୋକ ଜନଶକ୍ତି ପାର୍ଟିରେ ଯାହା କିଛି ଘଟିଛି ଏହା ପରେ ବି ସେ ଚିରାଗ ପାଶୱାନଙ୍କୁ ଏଲ୍‌ଜେପି ନେତା ମାନୁଛନ୍ତି । ଏହାସହ ଲାଲୁ କହିଛନ୍ତି ସେ ବିହାରରେ ତେଜସ୍ୱୀ ଓ ଚିରାଗ ପାଶୱାନଙ୍କ ମେଣ୍ଟ ଦେଖିବାକୁ ଚାହୁଁଛନ୍ତି । ଆର୍‌ଜେଡି ସୁପ୍ରିମୋ କହିଛନ୍ତି ମୁଁ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲି କାରଣ ସେ ପ୍ରାୟ ଅସୁସ୍ଥ ରହୁଛନ୍ତି । ଏହାସହ ଶରଦ ପାୱାର , ମୁଲାୟମ ସିଂ ଯାଦବ ଓ ଲାଲୁ ୩ ଭାଇ ବୋଲି ସେ କହିଛନ୍ତି । ଲାଲୁ ମଧ୍ୟ ଏହା କହିଛନ୍ତି ଯେ ଆମେ ୩ଜଣ କିଛି ବିଷୟକୁ ନେଇ ଲଢେଇ କରିଛୁ । ହେଲେ ମୁଲାୟମ ସିଂ ଯାଦବଙ୍କ ସହ କାଲିର ସାକ୍ଷାତ୍ କାର ଏକ ଶିଷ୍ଟାଚାର ବୈଠକ ଥିଲା ।

Share