Categories: ଜାତୀୟ

ରାହୁଲଙ୍କ ଏମ୍‌ପି ପଦ ରଦ୍ଦକୁ ନିନ୍ଦା କଲା ଆରଜେଡି

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ଏମ୍‌ପି ମନୋଜ କୁମାର ଝା। ସେ କହିଛନ୍ତି, ଏହା କେତେ ଅଦ୍ଭୁତ ଏବଂ ନିନ୍ଦନୀୟ। ତଥାପି କୁହ ନାହିଁ ଯେ, ଭାରତରେ ଗଣତନ୍ତ୍ର ମରିଯାଇଛି। ବିରୋଧୀ ଦଳମାନେ ଦେଖିବା ଉଚିତ୍‌ ଯେ, ଏହା କେବଳ ‘କାର୍ଯ୍ୟ’ ବିଷୟରେ ନୁହେଁ ବରଂ ସଂଗ୍ରାମ ଗଣତନ୍ତ୍ରକୁ ପୁନର୍ଜୀବିତ କରିବା ଉଚିତ୍‌ … ଜୟ ହିନ୍ଦ୍‌।

Share