Categories: ଜାତୀୟ

ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ ଦାବି କଲା ଆରଜେଡି

ପାଟନା,୨୮।୯: ରାଜ୍ୟ ସଭା ଏମ୍‌ପି ମନୋଜ ଝାଙ୍କ ବୟାନକୁ ନେଇ ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ ଆରଜେଡି ଦାବି କରିଛି। ଆରଜେଡି ମୁଖପାତ୍ର ଋଷି ମିଶ୍ରା ଏ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟଅ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଆରଜେଡି ଅନୁଯାୟୀ, ଅନେକ ଦଳର ନେତାମାନେ ଏ ପର୍ଯ୍ୟନ୍ତ ଧମକ ଦେଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଦେବାକୁ ଆରଜେଡି ଦାବି କରିଛି। ସୂଚନାଯୋଗ୍ୟ, ମନୋଜ ଝା ଠାକୁର ଉପରେ ଦେଇଥିବା ବୟାନ ପରେ ଚର୍ଚ୍ଚାରେ ଅଛନ୍ତି। ମନୋଜ ଝାଙ୍କ ବୟାନକୁ ନେଇ ଅନେକ ବିବାଦ ଲାଗିରହିଛି।

ସୂଚନାଯୋଗ୍ୟ, ଆରଜେଡିର ରାଜ୍ୟ ସଭା ଏମ୍‌ପି ତଥା ମୁଖପାତ୍ର ମନୋଜ ଝା ସଂସଦର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ନିଜର ମତାମତ ଉପସ୍ଥାପନ କରୁଥିବାବେଳେ ଓମପ୍ରକାଶ ବାଲ୍ମୀକୀଙ୍କ ଏକ କବିତା ପଢିଥିଲେ, ଯେଉଁଥିରେ ସେ ‘ଠାକୁରଙ୍କ କୂଅ’କୁ ନେଇ ଟାର୍ଗେଟ କରିଥିଲେ। ଏହାକୁ ନେଇ ମନୋଜ ଝାଟାର୍ଗେଟରେ ରହିଆସିଛନ୍ତି। ପୂର୍ବତନ ଏମ୍‌ପି ଆନନ୍ଦ ମୋହନଙ୍କ ପୁଅ ତଥା ଆରଜେଡି ବିଧାୟକ ଚେତନ ଆନନ୍ଦ ନିଜ ଦଳର ଏମ୍‌ପି ମନୋଜ ଝାଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି।

Share