Categories: ଜାତୀୟ

ଆର୍‌ଜେଡି ଜାରି କଲା ଘୋଷଣା ପତ୍ର: ୧୦ ଲକ୍ଷ ସ୍ଥାୟୀ ନିଯୁକ୍ତି, ଗାଁରେ ସିସିଟିଭି

ପାଟନା, ୨୪।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡ଼ି) ପକ୍ଷରୁ ଶନିବାର ଘୋଷଣା ପତ୍ର ଜାରି କରାଯାଇଛି। ରାଜଧାନୀ ପାଟନାରେ ତେଜସ୍ବୀ ଯାଦବ, ମନୋଜ ଝାଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଘୋଷଣା ପତ୍ରରେ ୧୫ଟି ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ ରୋଜଗାର, କୃଷି, ଉଦ୍ୟୋଗ ଏବଂ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି। ରାଜ୍ୟରେ ୧୦ ଲକ୍ଷ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି। ଚାଷୀଙ୍କ ଋଣ ଛାଡ ସହିତ ସରକାରୀ ନିଯୁକ୍ତି କ୍ଷେତ୍ରରେ ୮୫ ପ୍ରତିଶତ ରାଜ୍ୟର ଯୁବବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ରାଜ୍ୟର ୨୨ ପ୍ରତିଶତ ଜିଡ଼ିପି ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରାଯିବ। ଗାଁକୁ ସ୍ମାର୍ଟ ଭାବେ ଗଠନ କରାଯିବା ଲାଗି ସିସିଟିଭି ଲଗାଯିବ। ଗରିବ ଏବଂ ବରିଷ୍ଠ ନାଗରିକଙ୍କ ମାସିକ ଭତ୍ତା ୪୦୦ ଟଙ୍କାରୁ ହଜାରେ ଟଙ୍କା ବୃଦ୍ଧି କରାଯିବ ବୋଲି ଘୋଷଣା ପତ୍ରରେ ଦର୍ଶାଯାଇଛି।

Share