Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ ଲାଲୁ କହିଲେ ଆସନ୍ତା ବର୍ଷ ଉଡାଇ ପାରିବେନି ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ରେଡ ଫୋର୍ଟରୁ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦଶମ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୨୪କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପରବର୍ତ୍ତୀ ଥର ଅଗଷ୍ଟ ୧୫ରେ, ଏହି ରେଡ ଫୋର୍ଟରୁ ମୁଁ ଦେଶର ଉପଲବ୍ଧି, ଏହାର ସଫଳତା ଏବଂ ଗର୍ବ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବି। ଅର୍ଥାତ୍‌ ମୋଦି କହିଥିଲେ କି ମୁଁ ପୁଣଇ ଆସନ୍ତା ବର୍ଷ ଆସିବି। ଏବେ ଏହାକୁ ନେଇ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ଏହା ଉପରେ ସେ କହିଛନ୍ତି ଯେ ଆସନ୍ତା ବର୍ଷ ମୋଦି ଉଡାଇ ପାରିବେ ନାହିଁ। ଏହି ବର୍ଷ ସେ ଶେଷ ଥର ପାଇଁ ରେଡ ଫୋର୍ଟରୁ ତ୍ରରଙ୍ଗା ଉଡାଇଛନ୍ତି। ଏହା ସହିତ ଲାଲୁ ଯାଦବ ରାଜ୍ୟ ତଥା ଦେଶବାସୀଙ୍କୁ ସ୍ବାଧୀନତା ଦିବସରେ ଅଭିନନ୍ଦନ ଜଣାଇଛନ୍ତି।

Share