ପାଟନା,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ଘୋଟାଲା ମାମଲା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ସମସ୍ୟା ବଢାଇ ଦେଇଛି। କେନ୍ଦ୍ରୀୟ, ଯାଞ୍ଚ ବ୍ୟୁରୋ(ସିବିଆଇ)ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ରବିqାର ପଚରା ଉଚରା ପାଇଁ ସମନ ଜାରି କରିଛି।
ସିବିଆଇର ଏହ ସମନକୁ ନେଇ ଦଳର ନେତା ରାଗ ପ୍ରକାଶ କରିବ ସହ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ନେତା ମନୋଜ କୁମାର ଝା ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଦିଅନ୍ତୁ।
ମନୋଜ ଝା କହିଛନ୍ତି, ସିବିଆଇ ଭାରତୀୟ ଜନତା ପାର୍ଟି(ଭାଜପା) ହିସାବରେ କାମ କରିବା ଆରମ୍ଭ କରି ଦେଇଛି। ସେ ରାଗରେ ମୋଦି ସରକରାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଶେଷ କରି ଦିଅନ୍ତୁ, ହେଲେ ସଡ଼କ ଜାଗି ଉଠିବ ଯାହାକୁ ଆପଣ ସମ୍ଭାଳି ପାରିବେ ନାହିଁ।
ମନୋଜ ଝା ଏହାକୁ ନେଇ ତାଙ୍କ ଟୁଇଟରେ କିଛି ଭିଡିଓ ବି ଶେୟାର କରିଛନ୍ତି। ଏହା ଉପରେ ମନୋଜ ଝା ଲେଖିଛନ୍ତି, ବିରୋଧୀଙ୍କ ଏକତା ଓ ହାରିବା ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାରେ ପଡିଗଲେଣି। ବିଶ୍ୱର ସବୁଠାରୁ ଭ୍ରଷ୍ଟ ଦଳ ଭାଜପା ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରି ସମସ୍ତ ନେତାଙ୍କୁ ଟାର୍ଗେଟ କରୁଛି।
Posted inଜାତୀୟ