Categories: ଜାତୀୟ

ତେଜସ୍ୱୀ ବିରୋଧିଦଳ ନେତା!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ନୀତୀଶ କୁମାର ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦୀପାବଳି ପରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ଗୁରୁବାର ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ଏକ ବୈଠକ ରାବ୍ରି ଦେବୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ଆର୍‌ଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେସ୍ୱୀ ଯାଦବଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ତେଜସ୍ୱୀ ମଧ୍ୟ ବିରୋଧି ଦଳ ନେତା ଭାବେ ସମର୍ଥନ ପାଇଛନ୍ତି । ଏଥର ମହାମେଣ୍ଟରେ ସାମିଲ ଥିବା ତେଜସ୍ୱୀଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି । ସୂଚନାଯୋଗ୍ୟ, ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏଥର ନିର୍ବାଚନ ସମୟରେ ଜେଲ୍‌ରେ ଥିବାରୁ ତେଜସ୍ୱୀ ଦଳର ଗୁରୁଦାୟିତ୍ୱ ବହନ କରିଥିଲେ । ଏମିତିକି ଜନତାଙ୍କ ଖୁବ୍ ସମର୍ଥନ ବି ମିଳିଛି ତେଜସ୍ୱୀଙ୍କୁ । ପୋଷ୍ଟରରୁ ପିତାଙ୍କ ଫଟୋ ହଟାଇ ଦେଇ ଚର୍ଚ୍ଚାକୁ ଆସିଥିବା ତେଜସ୍ୱୀ କିନ୍ତୁ ଜନତାଙ୍କ ନିଟକତର ହୋଇ ପାରିଥିଲେ । ଫଳାଫଳକୁ ଦେଖିଲେ ସହଜରେ ଅନୁମାନ କରାଯାଇ ପାରେ ଯେ ତେଜସ୍ୱୀ ନିଜ ବଳରେ ବହୁ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି ।

 

Share