Posted inଜାତୀୟ

‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ

ପାଟନା,୧୯।୬: ବିହାରର ଆଇନ ବ୍ୟବସ୍ଥାକୁ ନେଇ ଆର୍‌ଜେଡି ଲଗାତାର ଭାବେ ନୀତୀଶ ସରକାରଙ୍କୁ କଟାକ୍ଷ କରୁଛି। ଏହି ପ୍ରସଙ୍ଗରେ ସୁବେର ରାଜସ୍ବ ଏବଂ ଭୂମି ସୁଧାର ମନ୍ତ୍ରୀ ଡା ଦିଲୀପ ଜୈସଓ୍ବାଲ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ଯେ ପ୍ରତ୍ୟେକ ଜିଲାରେ ଏସ୍‌ଆଇଟି ଗଠନ ହେବ। ଏହାଛଡ଼ା ପ୍ରତି ଜିଲାରେ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ ହେଉଛି। ଅବୈଧ ରୂପରେ ବନ୍ଧୁକ ନେଇ ଚାଲୁଥିବା ଅପରାଧୀଙ୍କୁ ସିଧା ଗୁଳି ମାରିବାର ଆଦେଶ ସରକାର ଦେଇଛନ୍ତି। ପୋଲିସ ଏବେ ଅବୈଧ ହତିଆର ରଖି ବୁଲୁଥିବା ଅପରାଧୀଙ୍କୁ ସିଧା ଗୁଳି ମରାଯିବ ବୋଲି ଦିଲୀପ କହିଥିଲେ।

ଦିଲୀପଙ୍କ ଏହି ବୟାନ ପରେ ଆର୍‌ଜେଡି କଟାକ୍ଷ କରୁଛି। ଦଳର ପ୍ରମୁଖ ମୁଖପାତ୍ର ଶକ୍ତି ସିଂ ଯାଦବ କହିଛନ୍ତି, ଦିଲୀପ ଜଣେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ନେତାଙ୍କ ଯୋଗ୍ୟତା କେତେ ସମସ୍ତେ ଜାଣନ୍ତି। ନୀତୀଶଙ୍କ ଆଗପଛରେ ଚାଲୁଥିବା ଲୋକେ ଶୁଣାଣି କରନ୍ତି। ସେମାନଙ୍କ ବ୍ୟତିତ ଆଉ କାହାର କଥାର ଗୁରୁତ୍ୱ ନାହିଁ। ବିହାରର ଭବିଷ୍ୟତ ଏକ ରୋଗୀ ହାତରେ। ମନ୍ତ୍ରୀ କିଭଳି ନିର୍ଣ୍ଣୟ ନେଇପାରିବ। ଯେତେବେଳେ ସରକାର ନିର୍ଣ୍ଣୟ ନେବେ ସେତେବେଳେ ଆମେ ଜବାବ ଦେବୁ।

ସେହିଭଳି ଆର୍‌ଜେଡି ମୁଖପାତ୍ର ଅୟାଜ ଅହମ୍ମଦ ଦିଲୀପଙ୍କ ବୟାନକୁ ନେଇ କହିଛନ୍ତି, ବିହାରରେ କିଭଳି ସରକାର ଚାଲିଛି ଦେଖନ୍ତୁ। କେଉଁଭଳି ଆଇନକୁ ନିଜ ହାତକୁ ନିଆଯାଉଛି ତାହା ଦେଖାଯାଉଛି। ଭାରତରେ ଆଇନ ବ୍ୟବସ୍ଥା ରହିଛି। ଏହାପରେ ଅପରାଧୀଙ୍କ ଉପରେ ନିଷ୍ପତ୍ତି ନିଆଯାଇଥାଏ।

ଅପରପକ୍ଷେ ମନ୍ତ୍ରୀଙ୍କ ବୟାନକୁ ନେଇ ଜେଡିୟୁ ପ୍ରତିକ୍ରିୟା ରଖିଛି। ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ ମନ୍ତ୍ରୀ ଏହି ବୟାନ ପୁର୍ଣ୍ଣିଆର ରୂପୌଲୀରେ ଦେଇଛନ୍ତି। ଏହା ଅପରାଧର ପେଣ୍ଠସ୍ଥଳୀ ରହି ଆସିଛି। ଏବେ କିନ୍ତୁ ସେଠାରେ ଲୋକେ ଅପରାଧ କରିବାକୁ ଡରୁଛନ୍ତି। ଜନସାଧାରଣ ନିଜର ସମର୍ଥନ ମୋଦି ଏବଂ ନୀତୀଶଙ୍କୁ ଦେଇଛନ୍ତି। ସ୍ପିଡ୍‌ ଟ୍ରାଏଲ ଜରିଆରେ ସମସ୍ତ ଅପରାଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri